କରୋନା: ଇଟାଲୀରେ ମୃତ୍ୟୁସଂଖ୍ୟା ୧୦୦ ପାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 4, 2020

କରୋନା: ଇଟାଲୀରେ ମୃତ୍ୟୁସଂଖ୍ୟା ୧୦୦ ପାର

ରୋମ: ଚାଇନା ପରେ ଇଟାଲୀରେ କରୋନା ଆତଙ୍କ ଦେଖିବାକୁ ମିଳିଛି। କରୋନାରେ ଆକ୍ରାନ୍ତ ହୋଇ ଇଟାଲୀରେ ଜଣଙ୍କ ପରେ ଜଣେ ଲୋକ ପ୍ରାଣ ହରାଇବା ଆରମ୍ଭ କରିଛନ୍ତି। ଇତି ମଧ୍ୟରେ ଇରାନରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦୦ ପାର କରିଛି। ୟୁରୋପର କୌଣସି ଦେଶରେ କରୋନା ଏଭଳି ଭାବେ କଲବଲ କରିବା ପ୍ରଥମ ଘଟଣା।

ଚାଇନା ପରେ ଇରାନରେ କରୋନା ଆତଙ୍କ ଦେଖାଦେଇଥିଲା। ଏଠାରେ ପ୍ରାୟ ୮୦ ଜଣଙ୍କ ମୁଣ୍ଡ କରୋନା ନେଇଛି। ହେଲେ ଇରାନ ପରେ ହଠାତ୍‌ କରୋନା ଇଟାଲୀରେ କାୟା ବିସ୍ତାର କରିଛି। କରୋନା ଇଟାଲୀରେ ଏଯାଏ ୧୦୭ ଜଣଙ୍କ ମୁଣ୍ଡ ନେଇଥିବାରୁ ସରକାରୀ ସ୍ତରରେ ଏହାକୁ ମୁକାବିଲା କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ବୁଧବାର ଠାରୁ ଇଟାଲୀ ସରକାର ସମସ୍ତ ସ୍କୁଲ ଓ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ସେହିପରି ଏକାଧିକ ଜରୁରୀ କାଳୀନ ବ୍ୟବସ୍ଥା ମଧ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଆଉ ୨୮ ଜଣ ଲୋକ ପ୍ରାଣ ହରାଇଛନ୍ତି।

ଫଳରେ କରୋନା ଏଯାଏ ଇଟାଲୀରେ ୧୦୭ ଜଣଙ୍କ ମୁଣ୍ଡ ନେଇଛି। ଇଟାଲୀର ଉତ୍ତରପୂର୍ବ ଭାଗ କରୋନା ଭାଇରସ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ଆଗକୁ ଏହା ବ୍ୟାପିବାର ଆଶଙ୍କା ଥିବାରୁ ମାର୍ଚ୍ଚ ୧୫ ଯାଏ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ଘୋଷଣା କରାଯାଇଛି।

୧୩ ଦିନ ତଳେ ପ୍ରଥମେ କରୋନା ଭାଇରସ ଆକ୍ରାନ୍ତଙ୍କୁ ଇଟାଲୀରେ ଠାବ ହୋଇଥିଲା। ଇତି ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୮୯ରେ ପହଞ୍ଚି ଯାଇଛି। କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ମଧ୍ୟରୁ ମାତ୍ର ୩.୫% ଲୋକ ପ୍ରାଣ ହରାଇଛନ୍ତି।

କରୋନା ମୁକାବିଲା ପାଇଁ ଇଟାଲୀର ହସ୍ପିଟାଲଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି।



from Odisha Reporter https://ift.tt/39nxEZa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages