ପୁଟିପାଳରେ ପୁଳା ପୁଳା ସମସ୍ୟା, ମୌଳିକ ସୁବିଧା ବି ପହଞ୍ଚି ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 23, 2020

ପୁଟିପାଳରେ ପୁଳା ପୁଳା ସମସ୍ୟା, ମୌଳିକ ସୁବିଧା ବି ପହଞ୍ଚି ନାହିଁ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ କାନ୍ତୋଲ ପଞ୍ଚାୟତରେ ରହିଛି ପୁଟିପାଳ ଗାଁ। ଏହି ଗାଁଟି ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୯୫ କିଲୋମିଟର ହୋଇଥିବା ବେଳେ ବ୍ଲକ୍ ସଦର ମହକୁମାରୁ ପ୍ରାୟ ୪୦ କିଲୋମିଟର ଦୂରରେ ରହିଛି।

ଏହି ଗାଁରେ ୩୦୦ରୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି। ହେଲେ ଆଜି ଯାଏ ଏହି ଗାଁ ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ଭଳି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି।

ଗାଁରେ ପିଇବା ପାଣିର ସୁବିଧା ନଥିବାରୁ ଲୋକମାନେ ଜଙ୍ଗଲରେ ଥିବା ଝରଣାରୁ ପାଣି ଆଣି ପିଇଥା’ନ୍ତି। ସେହିପରି ଗାଁକୁ ପକ୍କା ରାସ୍ତାଟିଏ ନାହିଁ। ମାଟି ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଥିବା ଯୋଗୁ ଆମ୍ବୁଲାନ୍ସ ଆସିପାରେ ନାହିଁ। କାହାର ଦେହ ଖରାପ ହେଲେ ଗାଁ ଲୋକେ ତାକୁ ୧୨ କିମି ବାଟ ଖଟିଆରେ ବୋହି ନିଅନ୍ତି। ସେଠାରୁ ଆମ୍ବୁଲାନ୍ସ ଯୋଗେ କଙ୍କଡ଼ାହାଡ଼ ଡାକ୍ତରଖାନାକୁ ନିଆଯାଇଥାଏ।

ଏହି ଗାଁକୁ ବିଦ୍ୟୁତ୍ ସଂଯୋଗ କରାଯାଇ ନାହିଁ। ଗାଁ ପିଲାମାନେ ପାଠ ପଢ଼ିବା ପାଇଁ ଆଠ କି.ମି. ବାଟ ଚାଲି ଯିବାକୁ ପଡ଼ିଥାଏ। ସ୍କୁଲଟି ଅଧିକ ଦୂରରେ ହୋଇଥିବାରୁ କିଛି ପିଲା ଅଧାରୁ ପାଠ ଛାଡ଼ି ଦିଅନ୍ତି।

ଗାଁର ଲୋକମାନେ ସରକାର ଦେଉଥିବା ଟଙ୍କାକିଆ ଚାଉଳ ଆଣିବା ପାଇଁ ୧୨ କି.ମି ବାଟ ଚାଲନ୍ତି। ସେଠାରୁ ତା’ପର ଦିନ ସେମାନେ ଫେରନ୍ତି।

ଏହି ଟଙ୍କାଟିଆ ଚାଉଳ ମାସ ଶେଷ ହେବାରୁ ପୂର୍ବରୁ ସରିଯାଇଥାଏ। ଏହାପରେ ଗ୍ରାମବାସୀ ଜଙ୍ଗଲରେ ମିଳୁଥିବା ବିଭିନ୍ନ ପ୍ରକାର କନ୍ଦମୂଳ ଖା’ନ୍ତି।

ଗାଁର ସମସ୍ୟା ବିଷୟରେ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳୁ ନଥିବା ଗ୍ରାମବାସୀ କହିଛନ୍ତି। ଦୁଇ ମାସ ତଳେ ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ, ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଓ ଉପଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଗାଁକୁ ଯାଇ ବୁଲି ଦେଖିବା ସହ ଲୋକମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ହେଲେ ଏପର୍ଯ୍ୟନ୍ତ ଗାଁ ଲୋକଙ୍କ ପାଇଁ କୌଣସି ସୁବିଧା କରାଯାଇ ନାହିଁ।

ଗାଁର ଝାଟି ପ୍ରଧାନ କହିଛନ୍ତି, “ଆମ ଗାଁ ସବୁ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛି। ଫଳରେ ଆମେ ବହୁତ ହଇରାଣ ହେଉଛୁ। ସରକାର ଆମ ଦୁଃଖ ଦୂର କରନ୍ତୁ।”

ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଛନ୍ତି, “ଏହି ଗାଁକୁ ରାସ୍ତା  ନାହିଁ।  ରାସ୍ତା ହୋଇଗଲେ ସବୁ ସମସ୍ୟାର ସମାଧାନ ହୋଇପାରିବ।”



from Odisha Reporter https://ift.tt/2Qyq7PN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages