ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଥିବା ଓକିଲମାନଙ୍କ ଚ୍ୟାମ୍ୱର ସିଲ୍ ହେବ। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ପ୍ରଧାନ ବିଚାରପତି ଜଷ୍ଟିସ ଏସ. ଏ. ବୋବଡେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗହଳି କମାଇ କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଯାଇ ପ୍ରଧାନ ବିଚାରପତି ଏଭଳି ନିଷ୍ପତ୍ତି ନେଇଛନ୍ତି। ହେଲେ ମାମଲାର କିନ୍ତୁ ଶୁଣାଣି ହେବ।
ପ୍ରଧାନ ବିଚାରପତି କହିଛନ୍ତି, ‘ଗହଳି କମାଇବାକୁ ଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଯେଉଁ ମାମଲା ଗୁଡ଼ିକ ଜରୁରୀ ରହିଥିବ ସେହି ମାମଲା ଗୁଡ଼ିକର ହିଁ ଶୁଣାଣି ହେବ। ଭିଡିଓ କନଫରେନସିଂ ମାଧ୍ୟମରେ ଏହି ସମସ୍ତ ଶୁଣାଣି ହେବ। ଓକିଲ ମାନେ ଘରେ ରହି କିମ୍ୱା ତାଙ୍କର ଇଚ୍ଛା ମୁତାବିକ ଅନ୍ୟ କୌଣସି ସ୍ଥାନରୁ ରହି କୋର୍ଟରେ ପକ୍ଷ ରଖି ମାମଲା ଲଢ଼ିପାରିବେ। ଯେଉଁମାନେ ପକ୍ଷ ରଖିବେ ସେମାନଙ୍କୁ ଏକ ଡାଉନଲୋଡ ଲିଙ୍କ୍ ଦିଆଯିବ’।
ସୁପ୍ରିମକୋର୍ଟରେ ପ୍ରବେଶ ପାଇଁ ଓକିଲ ମାନଙ୍କୁ ଦିଆଯାଇଥିବା ଇ-ପାସ୍ ବାତିଲ୍ କରାଯାଇଛି। ମଙ୍ଗଳବାର ଅପରାହ୍ନ ପାଞ୍ଚଟା ପରେ ସମସ୍ତ ଚ୍ୟାମ୍ୱର ବନ୍ଦ ହେବ। ପ୍ରଧାନ ବିଚାରପତି ପରବର୍ତ୍ତୀ ଆଦେଶ ନଦେବା ପର୍ଯ୍ୟନ୍ତ ଓକିଲଙ୍କ ଚ୍ୟାମ୍ୱର ବନ୍ଦ ରହିବ।
ଅନ୍ତିମ ସପ୍ତାହରେ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୁଡ କହିଥିଲେ, କୋର୍ଟ ଭିତରକୁ ପ୍ରବେଶ ନେଇ କଟକଣା ଲଗାଯିବ। ଦେଶର ସର୍ବୋଚ୍ଚ କୋର୍ଟକୁ ଅନେକ ଓକିଲ, ସାମ୍ୱାଦିକ ଓ ଲୋକମାନେ ଆସୁଛନ୍ତି। ତେଣୁ କରୋନା ସଂକ୍ରମଣ କୌଣସି ବ୍ୟକ୍ତିଙ୍କ ମଧ୍ୟରେ ସୁପ୍ରିମକୋର୍ଟରେ ପ୍ରବେଶ କରିପାରେ।
from Odisha Reporter https://ift.tt/2UuUS9l
No comments:
Post a Comment