ମୁମ୍ବାଇ : କୋଭିଡ-୧୯ର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ ଦିନ ପର୍ଯ୍ୟନ୍ତ ଦେଶକୁ ଲକଡାଉନ କରିଛନ୍ତି। କରୋନା ସଚେତନତା ଅଭିଯାନରେ ସରକାରଙ୍କ ସହିତ ସେଲେବ୍ରିଟି ମଧ୍ୟ ସାମିଲ ହୋଇଛନ୍ତି। ବଲିଉଡ ଭାଇଜାନ ସଲମାନ ଖାନ ଓଡ଼ିଶା ଲୋକଙ୍କୁ ସତର୍କ କରିବା ପାଇଁ ଓଡ଼ିଆ ଭାଷାରେ କହି ଲୋକଙ୍କୁ ନିବେଦନ କରିଛନ୍ତି। ଏନେଇ ସେ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ ସାମାଜିକ ଦୂରତା ଓ କରୋନା ସଂକ୍ରମଣ ବିଷୟରେ କହୁଛନ୍ତି ଏବଂ ଓଡ଼ିଶା ସରକାରଙ୍କୁ ଏହି ସମୟରେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି।
ଭିଡିଓରେ ସଲମାନ କହିଛନ୍ତି, ‘ମୋର ଓଡିଆ ଭାଇଭଉଣୀମାନଙ୍କୁ ସଲମାନର ନମସ୍କାର। ନିକଟରେ ହକି ୱାଲର୍ଡ କପ ସମୟରେ ମୁଁ ଓଡ଼ିଶା ଯାଇଥିଲି। ତେବେ ବର୍ତ୍ତମାନ ସମୟରେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ, ଓଡ଼ିଶା ସରକାର ଯେଉଁ ନିୟମ କରିଛନ୍ତି, ଦୟାକରି ସେଗୁଡିକୁ ପାଳନ କରନ୍ତୁ। ଛିଙ୍କିବା ସମୟରେ ମୁହଁରେ କପଡା ଦିଅନ୍ତୁ, କାରଣ କୋଭିଡ-୧୯ ଛିଙ୍କିବା ଓ ହାତ ମିଳାଇଲେ ବ୍ୟାପିଥାଏ। ସାବୁନରେ ବାରମ୍ବାର ହାତ ଧୁଅନ୍ତୁ। ଆବଶ୍ୟକ ନହେଲେ ଘରୁ ବାହାରନ୍ତୁ ନାହିଁ। ଆପଣ ନିଜର ଯତ୍ନ ନେଲେ ଅନ୍ୟର ନେଇପାରିବେ। ମାତ୍ର କିଛି ଦିନର କଥା, ଏହି ଭାଇରସର ମୁକାବିଲା ପାଇଁ ନିୟମ ପାଳନ କରନ୍ତୁ। ଆପଣଙ୍କୁ ହୃଦୟର ସହିତ ସଲମାନର ଭଲପାଇବା ଜଣାଉଛି। ‘କରୋନାକୁ କର ନା’।
ସଲମାନଙ୍କର ଏହି ଭିଡିଓକୁ ଓଡିଶାରେ ଥିବା ତାଙ୍କର ଫ୍ୟାନମାନେ ପସନ୍ଦ କରିଛନ୍ତି । ଯାହା ଶୋସାଲ ମିଡିଆରେ ଭାଇରାଲ ହେଉଛି।
from Odisha Reporter https://ift.tt/3bvMD3B
No comments:
Post a Comment