କେବଳ ଲକ୍‌ଡାଉନ୍‌ ଦ୍ୱାରା ଅଟକି ପାରିବନି କରୋନା ଭାଇରସ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

କେବଳ ଲକ୍‌ଡାଉନ୍‌ ଦ୍ୱାରା ଅଟକି ପାରିବନି କରୋନା ଭାଇରସ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନେଭା: ମହାମାରୀ କରୋନା ଭାଇରସ ବିଶ୍ୱର ପ୍ରାୟ ସବୁ ଦେଶରେ ନିଜର ଉପସ୍ଥିତି ଜାହିର କରିଛି। ଭାରତ ମଧ୍ୟ କରୋନା ପଞ୍ଝାରୁ ମୁକୁଳି ପାରିନାହିଁ। କରୋନା ଭାଇରସ ଗୋଷ୍ଠୀ ସଂକ୍ରମଣରେ ପରିଣତ ହେବା ପୂର୍ବରୁ ଏହାର ମୂଳପୋଛ କରିବା ପାଇଁ ଭାରତ ସରକାର ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

କେବଳ ଭାରତ ନୁହେଁ ବିଶ୍ୱର ବିଭିନ୍ନ ଦେଶ ଏଭଳି କଟକଣା ଲଗାଇବା ସହ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ତେବେ କେବଳ ଲକ୍‌ଡାଉନ ଦ୍ୱାରା କରୋନା ଭାଇରସକୁ କେବେ ହେଲେ ଅଟକାଇ ଯାଇ ପାରିବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଏଥିପାଇଁ ଆହୁରି ଅନେକ କିଛି କରିବାକୁ ପଡ଼ିବ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସୁସ କହିଛନ୍ତି, ଭାରତ ଖୁବଶୀଘ୍ର ଦେଶରେ ଲକଡାଉନ ଘୋଷଣା କରିବା ଏକ ପ୍ରଶଂସନୀୟ ପଦକ୍ଷେପ। କେବଳ ଭାରତ ନୁହେଁ ଏକାଧିକ ଦେଶ କରୋନା ମହାମାରୀର ମୁକାବିଲା ପାଇଁ ଲକଡାଉନ ଘୋଷଣା କରିଛନ୍ତି।

ତଥାପି କେବଳ ଏହି ଲକଡାଉନ ଦ୍ୱାରା ଯେ କରୋନା ଭାଇରସ ବିପଦକୁ ଅଟକାଇ ଯାଇପାରିବ, ତା’ହା ଭାବିବା ଭୁଲ। ତେଣୁ ଏହି ଲକଡାଉନ ସମୟରେ ଆମକୁ କରୋନା ଭାଇରସ ଉପରେ ଆକ୍ରମଣ କରିବାକୁ ପଡ଼ିବ। ଆମକୁ ଟେଷ୍ଟ ଠାରୁ ଆରମ୍ଭ କରି ସଂକ୍ରମିତ ଲୋକଙ୍କୁ ଯଥାଶୀଘ୍ର ଠାବ କରି ଆଇସୋଲେସନ କରିବାକୁ ପଡ଼ିବ। ଆମକୁ ସାମାଧାନର ଦ୍ୱିତୀୟ ବିକଳ୍ପ ଖୋଜିବାକୁ ପଡ଼ିବ। ସାମାଜିକ ଦୂରତ୍ୱ ହିଁ ଏକମାତ୍ର ବିକଳ୍ପ। ହେଲେ ସ୍ୱାସ୍ଥ୍ୟ ସେବା ମଧ୍ୟ କରୋନା ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

ଲୋକମାନେ ଯଥା ସମ୍ଭବ ଘରେ ରହିବା ସହ ସାମଗ୍ରୀ କିଣାକିଣି ପାଇଁ ଆଦୌ ଭିଡ଼ ଜମାନ୍ତୁ ନାହିଁ। ଏଥିସହ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଯଥା ସମ୍ଭାବ ଚାପ ଦୂର ପକାନ୍ତୁ ନାହିଁ। ଯଦି ଆମେ ବେଳ ଥାଉ ଥାଉ ସ୍ଥିତିକୁ ନ ସୁଧାରିବା ତା’ହେଲେ ସବୁ କିଛି ବେକାର ହୋଇଯିବ।

ଆମକୁ ଟେଷ୍ଟିଂ ବ୍ୟବସ୍ଥାକୁ ବୃଦ୍ଧି କରିବାକୁ ପଡ଼ିବ। ଏଥିସହ ଆଇସୋଲେନ ୱାର୍ଡ ପର୍ଯ୍ୟାପ୍ତ ସଂଖ୍ୟାରେ ଉପଲବ୍ଧ କରାଇବାକୁ ହେବ। ସଂକ୍ରମିତ ଲୋକଙ୍କୁ ଯଥାଶୀଘ୍ର କ୍ୱାରେଣ୍ଟାଇନ ନ କଲେ, କରୋନା ମୁକାବିଲା ଅସମ୍ଭବ ହୋଇପଡ଼ି ବୋଲି ସେ କହିଛନ୍ତି।

ଭାରତ ଲକଡାଉନ ଉପରେ ମତ ଦେଇ ସେ କହିଛନ୍ତି, “କରୋନାକୁ ପରାସ୍ତ କରିବାର କ୍ଷମତା ଭାରତର ରହିଛି। ଏହା ଏକ ଭଲ କଥା ଯେ ଭାରତ ବହୁ ପୂର୍ବରୁ ଦେଶରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି। ଯେଉଁ ଦେଶରେ ଠିକ୍ ସମୟରେ କଡ଼ା ନିଷ୍ପତ୍ତି ନିଆଯାଇନଥିଲା ଏବଂ ସତର୍କତା ଅବଲମ୍ବନ କରାଯାଇ ନଥିଲା ସେଠାରେ କରୋନା ଭାଇରସ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।

ଲକଡାଉନ୍ ଏକ ଭଲ ପଦକ୍ଷେପ, କିନ୍ତୁ ବର୍ତ୍ତମାନ ଭାରତକୁ ଆହୁରି ଅନେକ କିଛି କରିବାକୁ ପଡ଼ିବ। ଯେଉଁମାନେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ନଜରରେ ରଖିବାକୁ ପଡ଼ିବ। ଏହାକୁ ଠିକ ଭାବେ କରିପାରିଲେ କରୋନା ଆଉ ଆଗକୁ ବଢ଼ିପାରିବ ନାହିଁ।

ଭାରତ ପୋଲିଓରୁ ମୁକୁଳିବା ପାଇଁ ଯେଉଁ ସବୁ ବ୍ୟବସ୍ଥା କରିଥିଲା, ଯଦି ଏବେ ସେଭଳି କରିବ ତା’ହେଲେ କରୋନା ଲଢ଼େଇ କ୍ଷେତ୍ରରେ ଦେଶକୁ ଅନୁରୂପ ସଫଳତା ମିଳିବ।”



from Odisha Reporter https://ift.tt/2wtqXqk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages