ଗୋରୁ ବୋଝେଇ କଣ୍ଟେନର ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 19, 2020

ଗୋରୁ ବୋଝେଇ କଣ୍ଟେନର ଜବତ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାର ଦଳେଇପୁଟ ଛକ ନିକଟରେ ଏକ ଗୋରୁ ବୋଝେଇ କଣ୍ଟେନରକୁ ସ୍ଥାନୀୟ ଲୋକେ ଅଟକ ରଖି ପୁଲିସ୍‌ର ଜିମା ଦେଇଛନ୍ତି।

ଆଜି ସକାଳେ କଣ୍ଟେନରରେ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିବା ବେଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ଲୋକମାନେ କଣ୍ଟେନରକୁ ଅଟକାଇ ଖୋର୍ଦ୍ଧା ସଦର ଥାନା ପୁଲିସ୍‌ ଜିମା ଦେଇଥିଲେ। ପୁଲିସ୍‌ କଣ୍ଟେନରଟିକୁ ଜବତ କରିବା ସହ ଗୋରୁମାନଙ୍କୁ ଉଦ୍ଧାର କରିଥିଲା।  ତେବେ ଉଦ୍ଧାର ସମୟରେ ବହୁ ଗୋରୁ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇ ପଡ଼ିଥିବା ଦେଖାଯାଇଥିଲା।  ଏଥିସହ ୨ ଟି ଗୋରୁଙ୍କ ମୃତ୍ୟୁ ଘଟିଛି।

ଅସୁସ୍ଥ ଗାଈମାନଙ୍କ ଚିକିତ୍ସା କରାଯାଇଛି। ତେବେ ୧୬ ନମ୍ୱର ଜାତୀୟ ରାଜପଥରେ ପ୍ରତିଦିନ ଏହିଭଳି ବେଆଇନ ଗୋରୁ ଚାଲାଣ ହେଉଥିବାରୁ ତାକୁ ରୋକିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।



from Odisha Reporter https://ift.tt/2IXCsZt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages