କରୋନା ପାଇଁ ଘରୁ ନ ବାହାରିବାକୁ ପରାମର୍ଶ ଦେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 19, 2020

କରୋନା ପାଇଁ ଘରୁ ନ ବାହାରିବାକୁ ପରାମର୍ଶ ଦେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: କରୋନା ଭାଇରସର ମୁକାବିଲା ପାଇଁ ଯୁଦ୍ଧଂଦେହି ଡାକରା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରେ ୩ ଜଣ ବିଦେଶୀ ନାଗରିକ ରହିଛନ୍ତି।

ପୂର୍ବରୁ ସମଗ୍ର ମହାରାଷ୍ଟ୍ରରେ କଟକଣା ଲଗାଇଥିବା ରାଜ୍ୟ ସରକାର ଲୋକଙ୍କୁ ନୂଆ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ମହାରାଷ୍ଟ୍ରବାସୀଙ୍କୁ ଘରୁ ଯଥା ସମ୍ଭବ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, “ଏହି କରୋନା ଭାଇରସ ବିରୋଧରେ ଆମକୁ ଲଢ଼ିବାକୁ ହେବ। ଆମେ ଏହା ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ। ଲୋକେ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ରାଜ୍ୟରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି। ଯୁଦ୍ଧରେ ଯେମିତି ଜଣେ ସୈନ୍ୟ ଲଢ଼େଇ କରିଥାଏ, ଠିକ ସେମିତି ଏଠି ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସରକାରୀ ଏଜେନ୍ସି କରୋନା ବିରୋଧରେ ଲଢ଼େଇ କରୁଛନ୍ତି।

ଆମେ ସେମାନଙ୍କୁ ଘର ମଧ୍ୟରେ ଯଥା ସମ୍ଭବ ରହି ଓ ଅଯଥା ଭିଡ଼ ନ କରି ସହଯୋଗ କରିବା ଦରକାର। ମହାରାଷ୍ଟ୍ରରେ ଏବେ ବି ଅନାବଶ୍ୟକ ଯାତାୟାତ ଚାଲିଛି। ଅବଶ୍ୟ ଯାତ୍ରୀଙ୍କ ସଂଖ୍ୟା କମିଛି। ତଥାପି କିଛି ଲୋକ ଅଯଥାରେ ବୁଲାବୁଲି କରୁଛନ୍ତି।

କେହି ବି ଡରନ୍ତୁ ନାହିଁ। ଆମର ଯେଉଁ ଲୋକମାନେ ବିଦେଶରେ ଅଛନ୍ତି, ସେମାନଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। ସେମାନେ ଏଠାକୁ ଆସିଲେ ସମସ୍ତଙ୍କୁ କ୍ୱାରେଣ୍ଟାଇନ ଓ ଆଇସୋଲେସନରେ ରଖାଯିବ। ଆଜି ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛି ଏବଂ ପୂରା ସ୍ଥିତି ସମ୍ପର୍କରେ ଅବଗତ କରାଇଛି। ଆମକୁ ଅଧିକ ଲ୍ୟାବ୍‌ ଦରକାର। ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁମତି ମାଗିଛି।

ଆମେ ସମସ୍ତେ ଏହି ଲଢ଼େଇରେ ସାମିଲ ହେବା ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ବୋଝକୁ ହାଲୁକା କରିବା। ମହାରାଷ୍ଟ୍ର ହେଉଛି ଯୋଦ୍ଧା ଶିବାଜୀ ମହାରାଜାଙ୍କ ମାଟି। ତେଣୁ ଆମକୁ ଭାଇରସ ବିରୋଧରେ ଲଢ଼େଇ କରିବାକୁ ହେବ ଏବଂ ବିଜୟୀ ହେବାକୁ ପଡ଼ିବ। କେହି ବି ଡରନ୍ତୁ ନାହିଁ। ଆମକୁ ଏହା ବିରୋଧରେ ଲଢ଼ିବାକୁ ପଡ଼ିବ।”



from Odisha Reporter https://ift.tt/2WsEOr9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages