କରୋନା କଟକଣା: ରାଜଧାନୀରେ ଆଜି ସନ୍ଧ୍ୟାରୁ ବସିବନି ହାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 18, 2020

କରୋନା କଟକଣା: ରାଜଧାନୀରେ ଆଜି ସନ୍ଧ୍ୟାରୁ ବସିବନି ହାଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ମୁକାବିଲା ନିମନ୍ତେ ସତର୍କତାମୂଳକ ପଦକ୍ଷେପ ଭାବେ ଆଜିଠୁ ସନ୍ଧ୍ୟା ୬ଟା ପରେ ଭୁବନେଶ୍ୱରରେ ହାଟ ବନ୍ଦ ରହିବ। ଭୁବନେଶ୍ୱର ହାଟ ଖୋଲା ରହିବା ସମୟ ଉପରେ ଗତକାଲିଠୁ କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ। ଆଜିଠାରୁ ଭୁବନେଶ୍ୱର ଓ ଏହାର ଉପକଣ୍ଠ ଅଞ୍ଚଳରେ ଥିବା ପ୍ରମୁଖ ହାଟଗୁଡ଼ିକ ସକାଳ ୬ଟାରୁ  ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ। ସନ୍ଧ୍ୟା ୬ଟା ପରେ ଜନଗହଳିକୁ ଦୃଷ୍ଟିରେ ରଖି ହାଟଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱର ମହାନଗର ନିଗମର ନିର୍ଦ୍ଦେଶ ଅନୁସାରେ, ୟୁନିଟ-୧ ଦୈନିକ ହାଟ, ୟୁନିଟ-୨ ହାଟ, ସହିଦନଗର ହାଟ, ରୁଚିକା ଦୈନିକ ହାଟ, ଓଲ୍ଡ ଟାଉନ ଦୈନିକ ହାଟ, ଇନ୍ଦ୍ରଧନୁ ଦୈନିକ ହାଟ ଓ ଡମଣା ହାଟ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ। ଏଥିସହ ୟୁନିଟ-୩ ଦୈନିକ ହାଟ, ବାପୁଜି ନଗର ମାର୍କେଟ୍ କିଓସ୍କ, ଗଣ୍ଡମୁଣ୍ଡା ଦୈନିକ ହାଟ, ଶିରିପୁର ଦୈନିକ ହାଟ, ବିଜେବି ନଗର ଦୈନିକ ହାଟ, ଭିଏସ୍ଏସ୍ ନଗର ଦୈନିକ ହାଟ, ନାଗେଶ୍ୱର ଟାଙ୍ଗି ଦୈନିକ ହାଟ, ମା କୋଚିଳେଇ ଦୈନିକ ହାଟ, କପିଳପ୍ରସାଦ ସାପ୍ତାହିକ ହାଟ ଓ ୟୁନିଟ-୪ ଦୈନିକ ହାଟ ମଧ୍ୟ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ।

ମୋଟ ୧୭ଟି ହାଟ ଉପରେ ମାର୍ଚ୍ଚ ୩୧ ଯାଏ କଟକଣା ଲାଗୁ ହେବ। ଆବଶ୍ୟକ ହେଲେ ଅନ୍ୟ ହାଟଗୁଡ଼ିକ ଉପରେ ବି ଏହି କଟକଣା ଲଗାଯାଇପାରେ ବୋଲି ଜଣାଯାଇଛି।



from Odisha Reporter https://ift.tt/391FGG3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages