ବେଜିଂ: କରୋନା ଭାଇରସର ସୃଷ୍ଟି କେନ୍ଦ୍ର କୁହାଯାଉଥିବା ଚାଇନାର ଉହାନରୁ ବିଶ୍ୱବାସୀଙ୍କ ପାଇଁ ଭଲ ଖବର ଆସିଛି। ଡିସେମ୍ବର ମାସରେ ଏଠାରେ ହିଁ ବିଶ୍ୱର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ କୌଣସି ନୂଆ ରୋଗୀ ଚିହ୍ନଟ ହୋଇ ନଥିବା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।
କରୋନା ବିରୋଧରେ ଚାଇନା ଆରମ୍ଭ କରିଥିବା ଲଢ଼େଇ ଶେଷରେ ସଫଳ ହୋଇଛି ବୋଲି ସେଠାକାର ସରକାର ଦାବି କରିଛନ୍ତି। ତେବେ ମେନଲ୍ୟାଣ୍ଡ ଚାଇନାରେ ଚିହ୍ନଟ ହୋଇଥିବା ନୂଆ ରୋଗୀ ବିଦେଶୀ ନାଗରିକ ବୋଲି ଜଣାପଡ଼ିଛି। ଫଳରେ ଚାଇନା ପ୍ରଶାସନ ପର୍ଯ୍ୟଟକଙ୍କୁ ଅଧିକ ସତର୍କତାର ସହ ସ୍କ୍ରିନିଂ କରିବାକୁ ନିଷ୍ପତ୍ତି ନେଇଛି।
ଚାଇନାର ନ୍ୟାଶନାଲ ହେଲଥ କମିଶନ ପକ୍ଷରୁ କୁହାଯାଇଛି ଯେ ମେନଲ୍ୟାଣ୍ଡ ଚାଇନାରେ ୩୪ଟି କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି। ହେଲେ ଉହାନ ପ୍ରଦେଶରେ କୌଣସି ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି।
ଚାଇନା ବାହାରୁ ସଂକ୍ରମିତ ହୋଇ ଆସିଥିବା ଲୋକଙ୍କ ଶରୀରରେ ହିଁ କରୋନା ଭୂତାଣୁ ଠାବ ହୋଇଛି। ମଙ୍ଗଳବାର ୧୩ ଜଣ ସଂକ୍ରମିତ ହୋଇଥିବା ବେଳେ ୨୪ ଘଣ୍ଟାରେ ଏହା ୩୪ ହୋଇଯାଇଛି। ସେହିପରି ୨୪ ଘଣ୍ଟାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୨୪୫ରେ ପହଞ୍ଚିଛି।
from Odisha Reporter https://ift.tt/38WViKU
No comments:
Post a Comment