ନୂଆଦିଲ୍ଲୀ: ଦେବାଳିଆ ସ୍ଥିତିକୁ ଆସିଥିବା ଘରୋଇ ୟେସ୍ ବ୍ୟାଙ୍କର ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି। ୟେସ୍ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି। ଏସବିଆଇର ଚେୟାରମ୍ୟାନ୍ ରଜନୀଶ କୁମାର ଏହା କହିଛନ୍ତି। ଆରବିଆଇ ଏକ ଡ୍ରାଫ୍ଟ ଜାରି କରିଛି। ଏହି ଡ୍ରାଫ୍ଟ ଜରିଆରେ ଏସବିଆଇ ଆରବିଆଇ ସହ ଯୋଗାଯୋଗ କରି ୟେସ୍ ବ୍ୟାଙ୍କକୁ ଦେବାଳିଆ ସ୍ଥିତିରୁ ଉଦ୍ଧାର କରିବାକୁ କାମ କରୁଛି। ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଶେୟାର ଏସବିଆଇ କିଣିବ। ଏଥିପାଇଁ ଆରବିଆଇ ବୋର୍ଡ ଅନୁମତି ଦେଇଛି ବୋଲି ରଜନୀଶ କୁମାର କହିଛନ୍ତି।
ୟେସ୍ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିବା ପରେ ଆରବିଆଇ ୟେସ୍ ବ୍ୟାଙ୍କର ବୋର୍ଡକୁ ଅବୈଧ କରିଛି। ଏହାପରେ ମାର୍ଚ୍ଚ ୫ରେ ଆରବିଆଇ ୟେସ୍ ବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ନେଇଛି। ଆରବିଆଇ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଟଙ୍କା ଉଠାଣ ଅବଧୀ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରିଛି। ମାର୍ଚ୍ଚ ୫ ରୁ ଏହା ଲାଗୁ ହୋଇ ଏପ୍ରିଲ ୩ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟପଟେ ଏସବିଆଇର ନେତୃତ୍ୱରେ କିଛି ପ୍ରମୁଖ ଆର୍ଥିକ ସଂସ୍ଥାଗୁଡ଼ିକର ଏକ ଗୋଷ୍ଠୀକୁ ବ୍ୟାଙ୍କର ନିୟନ୍ତ୍ରଣ ହସ୍ତାନ୍ତର କରିବାକୁ ପ୍ରସ୍ତୁତି ଚାଲିଛି।
from Odisha Reporter https://ift.tt/32YNffp
No comments:
Post a Comment