ଟୁଇଟର ପରେ ଫେସବୁକ କହିଲା ଘରେ ରହି କାମ କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 6, 2020

ଟୁଇଟର ପରେ ଫେସବୁକ କହିଲା ଘରେ ରହି କାମ କର

ଲଣ୍ଡନ: ସୋଶାଲ ମିଡିଆ କିଙ୍ଗ୍ ଫେସବୁକ ଏବେ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛି। କିଲର କରୋନା ଭାଇରସ ଦିନକୁ ଦିନ ବ୍ୟାପୁଥିବା ଦେଖି ଆମେରିକାର ଏହି କମ୍ପାନୀ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛି।

ସିଙ୍ଗାପୁର ସ୍ଥିତ ମରିନା ଓ୍ୱାନ ଅଫିସରେ ଜଣେ କର୍ମଚାରୀ ଲଣ୍ଡନ ସ୍ଥିତ ଅଫିସକୁ ଯାଇଥିଲେ। ଏହାପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେଣୁ ଫେସବୁକ ଲଣ୍ଡନ ଏବଂ ସିଙ୍ଗାପୁର ଅଫିସକୁ ବନ୍ଦ କରି ପରିମଳ ବ୍ୟବସ୍ଥା ସୁଧାରିବ ବୋଲି ନିଷ୍ପତ୍ତି ନେଇଛି। ତେଣୁ ୧୩ ମାର୍ଚ୍ଚ ଯାଏ ଘରେ ରହି କାମ କରିବାକୁ ଏହି ଅଫିସର କର୍ମଚାରୀଙ୍କୁ ଇମେଲ୍ ଜରିଆରେ କହିଛି ଫେସବୁକ୍। ଫେବୃଆରୀ ଫେବୃଆରୀ ୨୪ରୁ ୨୬ ମଧ୍ୟରେ ଲଣ୍ଡନ ଅଫିସକୁ କରୋନ ଆକ୍ରାନ୍ତ କର୍ମଚାରୀ ଜଣଙ୍କ ଯାଇଥିଲେ ବୋଲି ଫେସବୁକ କହିଛି। ଏହାପୂର୍ବରୁ ଫେସବୁକ ସାଂଘାଇ ଅଫିସକୁ ବନ୍ଦ କରି ଦେଇଛି। ଇଟାଲୀ, ଦକ୍ଷିଣ କୋରିଆରେ ଥିବା ଅଫିସର କର୍ମଚାରୀଙ୍କୁ ମଧ୍ୟ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛି।

ସେହିପରି କରୋନା ଭାଇରସକୁ ଆଖି ଆଗରେ ରଖି ଫେସବୁକ୍ F8 ଡେଭଲପର୍ସ କନଫରେନ୍ସକୁ ମଧ୍ୟ ବାତିଲ କରିଦେଇଛି। ଏହା ବ୍ୟତୀତ ଗୁଗୁଲର ବାର୍ଷିକ I / O ଇଭେଣ୍ଟ ମଧ୍ୟ ବାତିଲ ହୋଇଛି। ମେ ୧୨-୧୪ ମଧ୍ୟରେ ଏହି ଇଭେଣ୍ଟ କାଲିଫର୍ଣ୍ଣିଆରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଟୁଇଟର ମଧ୍ୟ ନିଜ କର୍ମଚାରୀଙ୍କୁ ଘରୁ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଥିଲା।



from Odisha Reporter https://ift.tt/2TuADcz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages