ପ୍ରଥମେ ଷଣ୍ଢ କଚାଡ଼ି ଦେଲା, ପରେ ଟ୍ରକ୍‌ ଚଢ଼ିଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 9, 2020

ପ୍ରଥମେ ଷଣ୍ଢ କଚାଡ଼ି ଦେଲା, ପରେ ଟ୍ରକ୍‌ ଚଢ଼ିଗଲା

ସୋର (ଶଶିକାନ୍ତ ବେହେରା): ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ, ତାହାର କଳ୍ପନା କରିବା ମୁସ୍କିଲ୍‌। ଏଭଳି ଏକ ମୃତ୍ୟୁ ଖବର ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ସୋରରୁ।

ଆଜି ରଙ୍ଗର ପରବ ହୋଲି ଥିବାରୁ ମହୁମୁହାଣ ଗାଁର ନରେନ୍ଦ୍ର ଜେନା ସକାଳେ ରଙ୍ଗ କିଣିବା ପାଇଁ ବାଇକ୍ ନେଇ ସୋର ବଜାରକୁ ବାହାରି ଯାଇଥିଲେ। ହେଲେ ବାଗୁଡ଼ି ଛକରେ ତାଙ୍କୁ ଜଗି ବସିଥିଲା ମୃତ୍ୟୁ। ସେ ବାଗୁଡ଼ି ଛକ ନିକଟରେ ପହଞ୍ଚିଲା ବେଳକୁ ସେଠାରେ ଦୁଇଟି ଷଣ୍ଢ ମଧ୍ୟରେ ଲଢ଼େଇ ହେଉଥିଲା। ସେ ସେମାନଙ୍କୁ ଅତିକ୍ରମ କରି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ଗୋଟିଏ ଷଣ୍ଢ ଆସି ତାଙ୍କୁ କଚାଡ଼ି ଦେଇଥିଲା। ସେ କିଛି ବାଟରେ ଛିଟିକି ପଡ଼ିଥିବା ବେଳେ ସେହି ବାଟ ଦେଇ ଯାଉଥିବା ଏକ ଟ୍ରକ୍ ତାଙ୍କ ଉପରେ ଚଢ଼ି ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ହୋଲି ଥିବାରୁ ସବୁଠି ଲୋକମାନେ ଖୁସି ମଜାରେ ରଙ୍ଗ ଖେଳୁଥିବା ବେଳେ ନରେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ମହୁମୁହାଣ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।



from Odisha Reporter https://ift.tt/2TBLxgH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages