କରୋନା ମୃତ୍ୟୁ ସଂଖ୍ୟା, ଚାଇନାଠୁ ବଳିଗଲା ଇଟାଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 24, 2020

କରୋନା ମୃତ୍ୟୁ ସଂଖ୍ୟା, ଚାଇନାଠୁ ବଳିଗଲା ଇଟାଲୀ

ରୋମ୍: ଚାଇନା ତୁଳନାର ଇଟାଲୀରେ କରୋନା ମୃତ୍ୟୁ ସଂଖ୍ୟା ଦୁଇ ଗୁଣା ବୃଦ୍ଧି ପାଇଛି। ଗତ ସପ୍ତାହର ଶୁକ୍ରବାର ପାଖରୁ ଚୀନରେ ନୂଆ କରୋନା ଆକ୍ରାନ୍ତ କେହି ଚିହ୍ନଟ ହୋଇ ନାହାନ୍ତି। ସେହିପରି ପ୍ରତିଦିନ ମୃତ୍ୟ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ହେଲେ ଇଟାଲୀରେ କରୋନା ତାଣ୍ଡବ ରଚୁଛି। ଇଟାଲୀରେ ଏଯାବତ ୬,୮୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୯,୧୭୬ ଛୁଇଁଛି। ୮,୩୨୬ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୫୪,୦୩୦ ଜଣ ଚିକିତ୍ସାଧୀନ ଥିବା ବେଳେ ୩,୩୯୩ ଜଣ ଗୁରୁତର ରହିଛନ୍ତି।

ଏହି ଘାତକ ଭାଇରସରେ ଆମେରିକାରେ ୭୮୨ ଜଣଙ୍କର ମୃତ୍ୟୁ ଘଟିଛି। ୫୪, ୮୬୭ ଜଣ ଏହି ଘାତକ ମହାମାରୀରେ ଆକ୍ରାନ୍ତ ହୋଇଥିବା ବେଳେ ୩୭୮ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୫୩,୭୦୭ ଜଣ ଚିକିତ୍ସିତ ହେଉଥିବା ବେଳେ ୧,୧୭୫ ଜଣ ଗୁରୁତର ରହିଛନ୍ତି।

ସେହିପରି ସ୍ପେନରେ ୪୨, ୦୫୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨,୯୯୧ ଛୁଇଁଛି। ଆଗାମୀ ଦିନରେ ଚାଇନା ତୁଳନାରେ ମୃତ୍ୟୁ ସଂଖ୍ୟା ଅଧିକ ରହିବ ବୋଲି ଜଣାପଡ଼ିଛି। ଏବେ ୩୫,୨୭୩ ଜଣ ଗୁରୁତର ଥିବା ବେଳେ ୩,୭୯୪ ଜଣ ହସ୍ପିଟାଲକୁ ଡିସଚାର୍ଜ ହୋଇଛନ୍ତି। ୨,୬୩୬ ଜଣ ଗୁରୁତର ରହିଛନ୍ତି।

ସ୍ପେନ ପରେ ଇରାନରେ ମୃତ୍ୟୁ ସଂଖ୍ୟା ୧,୯୩୪ ଛୁଇଁଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୪,୮୧୧ ରହିଛି। ହସ୍ପିଟାଲରୁ ଡିସଚାର୍ଜ ହୋଇ ୮,୯୧୩ ଜଣ ଘରକୁ ଫେରିଛନ୍ତି। ୧୩, ୯୬୪ ଜଣ ଗୁରୁତର ରହିଛନ୍ତି।

ଫ୍ରାନ୍ସରେ ୨୨,୩୦୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧,୧୦୦ ଜଣଙ୍କର ମୃତ୍ୟୁ ଘଟିଛି। ୩,୨୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୭, ୯୨୩ ଜଣ ଚିକିତ୍ସାଧୀନ ରହିଥିବା ବେଳେ ୨,୫୧୬ ଜଣ ଗୁରୁତର ରହିଛନ୍ତି।



from Odisha Reporter https://ift.tt/2JfSCh7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages