ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ବଡ଼ପଡ଼ିଆ ମାର୍କେଟରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି। ଏଥି ମଧ୍ୟରୁ ଗୋଟିଏ ବହି ଦୋକାନ ହୋଇଥିବା ବେଳେ ଅନ୍ୟଟି ଲୁଗା ଦୋକାନ।
ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ଯାଇଛି। ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି।
from Odisha Reporter https://ift.tt/33I4H80
No comments:
Post a Comment