ଓକିଲଙ୍କ ଦବଙ୍ଗଗିରି; ସର୍ବସମ୍ମୁଖରେ ନିଜ ମହକିଲଙ୍କୁ ପିଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 8, 2020

ଓକିଲଙ୍କ ଦବଙ୍ଗଗିରି; ସର୍ବସମ୍ମୁଖରେ ନିଜ ମହକିଲଙ୍କୁ ପିଟିଲେ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଓକିଲଙ୍କ ଦବଙ୍ଗଗିରି। କିଛି ଦିନ ପୂର୍ବେ ଦଶପଲ୍ଲାରେ ଏପରି ଘଟଣା ସାମନାକୁ ଆସିଥିବା ବେଳେ ଏବେ ଭାପୁର ବ୍ଲକ୍‌ ଅନ୍ତର୍ଗତ ଫତେଗଡ଼ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ବିଚ୍‌ ରାସ୍ତାରେ ଜଣେ ଓକିଲ ନିଜ ମହକିଲଙ୍କୁ ମାଡ଼ ମାରୁଥିବା ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଓକିଲଙ୍କ ଆକ୍ରୋଶର ଶିକାର ହୋଇଥିବା ବ୍ୟକ୍ତିଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଅଜୟ ପରିଡ଼ା।

ଅଭିଯୋଗ ଅନୁଯାୟୀ, ଅଜୟ ଲେବର କାର୍ଡ କରାଇ ଦେବାକୁ ସମ୍ପୃକ୍ତ ଓକିଲଙ୍କୁ ୫ ହଜାର ଟଙ୍କା ଦେଇଥିଲେ। ତେବେ କାର୍ଡ ନ ହେବାରୁ ଅଜୟ ଟଙ୍କା ଫେରସ୍ତ ମାଗିଥିଲେ। ଏହାକୁ ନେଇ ଓକିଲ, ଅଜୟଙ୍କୁ ମାଡ଼ ମାରିଥିବା ନେଇ ଅଜୟଙ୍କ ପତ୍ନୀ ଫତେଗଡ଼ ଥାନାରେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ଏହି ଘଟଣାରେ ପୁଲିସ୍‌ ଏକ ମାମଲା ରୁଜୁ କରିଥିବା ବେଳେ ସମ୍ପୃକ୍ତ ଓକିଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଫଳରେ ଅଜୟଙ୍କ ପତ୍ନୀ ନୟାଗଡ଼ ଏସ୍‌ପିଙ୍କୁ ଭେଟି ସମ୍ପୃକ୍ତ ଓକିଲଙ୍କୁ ଗିରଫ ପାଇଁ ଦାବି କରିଛନ୍ତି।

ସୂଚନାଥାଉ କି, କିଛି ଦିନ ତଳେ ଦଶପଲ୍ଲାର ଜଣେ ମହିଳା ମହକିଲଙ୍କୁ ତାଙ୍କ ଓକିଲ ସର୍ବ ସମ୍ମୁଖରେ ମାଡ଼ ମାରିଥିବାର ଭିଡ଼ିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିଲା।



from Odisha Reporter https://ift.tt/3393yGw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages