ଆବଶ୍ୟକ ସାମଗ୍ରୀ: କଟା ଛତୁ, କଟା ପିଆଜ, କାଜୁ ବଟା, କସ୍ତୁରୀ ମେଥି, ଟମାଟୋ ପ୍ୟୁରି, ଗରମ ମସଲା, ଅଦା-ରସୁଣ ପେଷ୍ଟ, ଫ୍ରେଶ୍ କ୍ରିମ୍, ଗୁଣ୍ଡ ଗୋଲମରିଚ, ଦେଶୀ ଘିଅ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: କଡ଼େଇରେ ଘିଅ ଗରମ କରି ସେଥିରେ କଟା ପିଆଜକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପରେ ଅଦା-ରସୁଣ ପେଷ୍ଟକୁ ଦେଇ କଷନ୍ତୁ। ପରେ ସେଥିରେ ଟମାଟୋ ପ୍ୟୁରି ଦେଇ ଆଉ ଟିକେ କଷନ୍ତୁ ଏବଂ କିଛି ସମୟ ପରେ କାଜୁ ବଟା ଓ ଛତୁ ମିଶାଇ କଷନ୍ତୁ।
କିଛି ସମୟ ପରେ ଅଧା କପ୍ ପାଣି, ଲୁଣ, ଗୋଲମରିଚ ଗୁଣ୍ଡ ଓ ଅଳ୍ପ କସ୍ତୁରୀ ମେଥି ପକାଇ ୧୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ। ତା’ପରେ ଫ୍ରେଶ୍ କ୍ରିମ୍ ଏବଂ ୧ମିନିଟ୍ ପରେ ଗରମ ମସଲା ପକାଇ ସାମାନ୍ୟ ଫୁଟାଇ ତଳକୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ସାହି ମସ୍ରୁମ୍’। ଏହାକୁ ଆପଣ ରୁଟି, ପରଟା କିମ୍ବା ନାନ୍ ସହ ଖାଇପାରିବେ।
from Odisha Reporter https://ift.tt/2TxG0YE
No comments:
Post a Comment