ଭୁବନେଶ୍ୱର (ଓଡିଶା ରିପୋର୍ଟର): କରୋନା ପାଇଁ ଜେଇଇ ମେନ୍କୁ ଘୁଞ୍ଚାଇ ଦିଆଯାଇଛି ।ସମଗ୍ର ଦେଶ ଏବେ ଲକ୍ଡାଉନ୍ ହୋଇଥିବାରୁ ଏପ୍ରିଲ ୫, ୭, ୯ ଓ ୧୧ ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଛି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି। ମେ’ ଶେଷ ସପ୍ତାହରେ ଜେଇଇ ମେନ୍ ପରୀକ୍ଷା କରାଯିବା ନିମନ୍ତେ ପ୍ରସ୍ତାବ ରହିଛି।
ତେବେ ପରିସ୍ଥିତି ଦେଖି ଆଗାମୀ କିଛି ସପ୍ତାହ ମଧ୍ୟରେ ପରୀକ୍ଷାର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଜେଇଇ ମେନ୍ ପାଇଁ ଆଡମିଟ କାର୍ଡ ଏପ୍ରିଲ ୧୫ ପରେ ମିଳିବ ବୋଲି ଏନଟିଏ କହିଛି ।
from Odisha Reporter https://ift.tt/39tBlvn
No comments:
Post a Comment