ଚଟ୍‌ପଟା ଫ୍ରାଏଡ୍‌ ମୋମୋଜ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 31, 2020

ଚଟ୍‌ପଟା ଫ୍ରାଏଡ୍‌ ମୋମୋଜ୍

ଆବଶ୍ୟକ ସାମଗ୍ରୀ:
ମଇଦା, ବନ୍ଧା କୋବି, ଗାଜର, କ୍ୟାପ୍‌ସିକମ୍‌, ଧନିଆ ପତ୍ର, ତେଲ, କଞ୍ଚା ଲଙ୍କା, ଅଦା, ଲୁଣ, ଦହି, ବେସନ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଓ ବଟର।

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ପାତ୍ରରେ ମଇଦାରେ ଅଳ୍ପ ତେଲ ଓ ପାଣି ମିଶାଇ ଭଲକରି ଦଳି ଦିଅନ୍ତୁ। ନରମ ହେବା ଲାଗି ଏହାକୁ ୨୦ ରୁ ୨୫ ମିନିଟ୍‌ ଓଦା କପଡ଼ାରେ ଘୋଡ଼ାଇ ରଖନ୍ତୁ। ଏବେ ବନ୍ଧା କୋବି, ଗାଜର, କ୍ୟାପ୍‌ସିକମ୍‌, ଅଦା ଓ ଧନିଆ ପତ୍ରକୁ ଛୋଟ ଛୋଟ କାଟି ଏକ ପାତ୍ରରେ ରଖନ୍ତୁ। ଲୁଣ ଓ କଟା କଞ୍ଚା ଲଙ୍କାକୁ ଏହି ପରିବାରେ ମିଶାନ୍ତୁ।

ଏହାପରେ ଚକଟା ହୋଇ ରଖା ଯାଇଥିବା ମଇଦାରେ ଛୋଟ ଛୋଟ ଗୁଳା ତିଆରି କରି ବେଲନ୍ତୁ ଓ ପରିବାକୁ ଏହା ଭିତରେ ପୂର ଭଳି ଦିଅନ୍ତୁ। ଏହାକୁ ନିଜ ମନ ପସନ୍ଦର ଆକୃତି ଦେଇ ଚାରିପଟୁ ବନ୍ଦ କରି ଦିଅନ୍ତୁ।

ଏବେ ଆଉ ଏକ ପାତ୍ରରେ ଦହି ଓ ବେସନର ଘୋଳ ପ୍ରସ୍ତୁତ କରନ୍ତୁ। ଏହି ଘୋଳରେ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଓ ଲହୁଣୀ ପକାଇ ଭଲ ଭାବେ ଗୋଳାନ୍ତୁ। ଏହାପରେ ମୋମୋ ଗୁଡ଼ିକୁ ଏହି ଘୋଳରେ ବୁଡ଼ାନ୍ତୁ ଓ କଡ଼େଇରେ ତେଲ ଗରମ କରି ଛାଣନ୍ତୁ। ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ଯାଏ ମୋମୋଗୁଡ଼ିକୁ ତେଲରେ ରଖନ୍ତୁ। ତା’ପରେ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚଟପଟା ଫ୍ରାଏଡ୍‌ ମୋମୋଜ୍। ଏହାକୁ ଲଙ୍କା ଚଟଣୀ ଓ ମେଓନିଜ୍ ସହହିତ ଗରମ ଗରମ ପରଷନ୍ତୁ।



from Odisha Reporter https://ift.tt/2w7ltBi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages