‘ନିର୍ଭୟା’ଙ୍କୁ ନେଇ ଏ.ପି ସିଂହଙ୍କ ଆପତ୍ତିଜନକ ମନ୍ତବ୍ୟ, ଆକ୍ରମଣ କରିବାକୁ ମହିଳା ସମାଜସେବୀଙ୍କ ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 19, 2020

‘ନିର୍ଭୟା’ଙ୍କୁ ନେଇ ଏ.ପି ସିଂହଙ୍କ ଆପତ୍ତିଜନକ ମନ୍ତବ୍ୟ, ଆକ୍ରମଣ କରିବାକୁ ମହିଳା ସମାଜସେବୀଙ୍କ ଉଦ୍ୟମ

ନୂଆଦିଲ୍ଲୀ: ଆଇନରେ ଥିବା ସବୁ ପ୍ରକାର ବ୍ୟବସ୍ଥାକୁ ଉପଯୋଗ କରି ଫାଶୀରୁ ବର୍ତ୍ତିବାକୁ ଚେଷ୍ଟା କରିଥିବା ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ଶେଷରେ ଆଜି ଭୋର ଠିକ୍ ସାଢ଼େ ୫ଟାରେ ତିହାର ଜେଲ୍‌ରେ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଛି। ତେବେ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ଫାଶୀରୁ ମୁକୁଳାଇବାକୁ ପ୍ରୟାସ କରିଥିବା ସେମାନଙ୍କ ଓକିଲ ଏ.ପି ସିଂହ ପୁଣି ବିବାଦୀୟ ତଥା ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି, ଯେଉଁଥିପାଇଁ ତାଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଛି।

ସମସ୍ତ ଆବେଦନ ଖାରଜ ହୋଇଯିବା ପରେ କୋର୍ଟ ବାହାରେ ସେ ଗଣମାଧ୍ୟମ ସମ୍ମୁଖରେ ଅଜବ ଯୁକ୍ତି ରଖିବା ସହିତ ନିର୍ଭୟାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ରାତି ସାଢ଼େ ୧୨ଟା ପର୍ଯ୍ୟନ୍ତ କାହିଁକି ‘ନିର୍ଭୟା’ଙ୍କ ମା’ ତାଙ୍କ ଝିଅ କେଉଁଠି ଅଛନ୍ତି ବୋଲି ଜାଣି ନଥିଲେ ବୋଲି କହିବା ସହ ଆଉ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହା ଶୁଣି ସେଠାରେ ଉପସ୍ଥିତ କିଛି ମହିଳା ସମାଜସେବୀ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ପରିସ୍ଥିତି ଏତେ ଉଦ୍‌ବେଗଜନକ ହୋଇଥିଲା ଯେ ପୋଲିସ୍ ପହଞ୍ଚି ମହିଳା ସମାଜସେବୀଙ୍କୁ ସେଠାରୁ ନେଇ ଯାଇଥିଲା।

ଫାଶୀ ପୂର୍ବରୁ ଗତକାଲି ରାତିରେ ବି ଦୋଷୀଙ୍କୁ ବଞ୍ଚାଇବାକୁ ଶେଷ ପ୍ରୟାସ କରିଥିଲେ ସେମାନଙ୍କ ଓକିଲ ଏ.ପି. ସିଂହ। ସେଥିପାଇଁ ରାତିରେ ସୁପ୍ରିମକୋର୍ଟରେ ହୋଇଥିଲା ସ୍ୱତନ୍ତ୍ର ଶୁଣାଣି। ଫାଶୀ ଘୁଞ୍ଚାଇବାର ଆବେଦନକୁ କୋର୍ଟ ଖାରଜ କରି ଦେଇଥିଲେ। ଏହି ଆବେଦନରେ କିଛି ନୂଆ ଯୁକ୍ତି କି କୌଣସି ନୂଆ ଦସ୍ତାବିଜ୍ ନାହିଁ ବୋଲି କୋର୍ଟ କହିଥିଲେ। ଏହା ସହିତ ଏପି ସିଂହଙ୍କ ଉପରେ ପ୍ରବଳ ବର୍ଷିଥିଲେ ବିଚାରପତି। ଦିଲ୍ଲୀରେ କରୋନା ନେଇ କର୍ଫ୍ୟୁ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଆବେଦନ କରିବା ପାଇଁ ଦସ୍ତାବିଜ୍ ପ୍ରିଣ୍ଟ କରି ପାରିଲେନି ବୋଲି ଏ.ପି ସିଂହ ଦର୍ଶାଇଥିଲେ। ତେବେ ତାଙ୍କର ଏଭଳି କଥାକୁ କୋର୍ଟ ବିଚାରକୁ ନେଇ ନଥିଲେ। ଓଲଟା ବିରକ୍ତ ହୋଇଥିଲେ।



from Odisha Reporter https://ift.tt/2QwUJRF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages