ମାଛ ମାରିବାକୁ ଯାଇଥିଲେ, ବୁଡ଼ିଗଲା ୨ ଡଙ୍ଗା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 19, 2020

ମାଛ ମାରିବାକୁ ଯାଇଥିଲେ, ବୁଡ଼ିଗଲା ୨ ଡଙ୍ଗା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ସନ୍ଧ୍ୟାରେ ହୋଇଥିବା ଝଡ଼ତୋଫାନ ଓ ବଜ୍ରପାତ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଦୁଇଟି ସ୍ଥାନରେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି।

ଝଡ଼ତୋଫାନ ଯୋଗୁ ଦେବଗଡ଼ର ରେଙ୍ଗାଳି ଡ୍ୟାମ୍‌ରେ ଡଙ୍ଗା ବୁଡ଼ି ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ଗୋଟିଏ ଡଙ୍ଗାରେ ୫ ମତ୍ସ୍ୟଜୀବୀ ଜଳଭଣ୍ଡାର ଭିତରକୁ ମାଛ ମାରିବାକୁ ଯାଇଥିବା ବେଳେ ଡଙ୍ଗା ବୁଡ଼ିଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ  ପହଁରି ପହଁରି କୂଳକୁ ଆସିଥିବା ବେଳେ ଜଣଙ୍କୁ ଦମକଳ ବାହିନୀ ଉଦ୍ଧାର କରିଛି।  ଅନ୍ୟଜଣେ ଏବେ ବି ନିଖୋଜ ଅଛନ୍ତି। ନିଖୋଜ ମତ୍ସ୍ୟଜୀବୀ ହେଲେ ପଟୁ ଧିବର। ଦମକଳ ବାହିନୀ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଚଳାଇଛି।

ଅପରପକ୍ଷେ ବାଙ୍କୀ ମହାନଦୀରେ ଦେବୀଦ୍ୱାର ନିକଟରେ ଡଙ୍ଗା ବୁଡ଼ିଯିବାରୁ ଜଣେ ନିଖୋଜ ହୋଇଛନ୍ତି। ନିଖୋଜ ଜଣକ ହେଉଛନ୍ତି ଗୟଳବାଙ୍କ ଗାଁର ରଞ୍ଜିତ ଦଳେଇ। ଏହି ଘଟଣାରେ ରଞ୍ଜିତଙ୍କ ବାପା ରଘୁ ଦଳେଇ ପହଁରି ପହଁରି କୂଳକୁ ଚାଲିଆସିଥିଲେ। ସେମାନେ ମହାନଦୀକୁ ମାଛ ମାରିବାକୁ ଯାଇଥିଲେ। ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ବି ନିଖୋଜଙ୍କୁ ଠାବ କରିପାରିନି।



from Odisha Reporter https://ift.tt/2U345a0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages