ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 12, 2020

ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

କେନ୍ଦ୍ରାପଡା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଚିତ୍ରପୋଳା ନଦୀରେ ଗାଧୋଇବା ବେଳେ ବୁଡି ଯାଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ସରିଫ ଖାଁ ଓ ବସନ୍ ଖାଁ। ଉଭୟ ପାଟକୁରାସ୍ଥିତ ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ବେଳେ ଆଜି ଏହି ଅଘଟଣ ଘଟିଛି।

ଆଜି ସକାଳେ ୯ ଟାରେ ଗାଧୋଇବା ପାଇଁ ଉଭୟ ନିକଟସ୍ଥ ନଦୀକୁ ଯାଇଥିଲେ। ନଦୀରୁ ଫେରିବା ଡେରି ହେବାରୁ ବନ୍ଧୁ ଘର ଲୋକେ ଖୋଜା ଖୋଜି କରିଥିଲେ। କିନ୍ତୁ ସେମାନଙ୍କ ସନ୍ଧାନ ପାଇ ନ ଥିଲେ।  ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ନଦୀରେ ଖୋଜି ଦୁଇ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ପାଟକୁରା ମେଡ଼ିକାଲ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।



from Odisha Reporter https://ift.tt/33cPQCi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages