ବେଧଡ଼କ ହେଉଛି ବାଲି ଚାଲାଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 12, 2020

ବେଧଡ଼କ ହେଉଛି ବାଲି ଚାଲାଣ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) ଦୀର୍ଘ ବର୍ଷ ହେଲା ତେଲନଦୀ ପଠାରୁ ବେଆଇନ ଭାବେ ଚାଲିଛି ବାଲି ଚୋରା ଚାଲାଣ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ତହସିଲ ଅଧୀନରେ ଥିବା ତେଲ ନଦୀ ଘାଟରୁ ପ୍ରଶାସନ ଜ୍ଞାତସାରରେ  ଦୀର୍ଘ ବର୍ଷ ହେଲା ବେଧଡକ ଭାବେ ବାଲି ଚାଲାଣ କରାଯାଉଛି।

ହେଲେ ଏ ନେଇ ପ୍ରଶାସନ ନିକଟରେ ଖବର ନାହିଁ। ବାଲି ମାଫିଆଙ୍କ ବାଲି ଚାଲାଣ ଦ୍ୱାରା ଅତିଷ୍ଠ ହୋଇପଡିଛନ୍ତି କଣ୍ଟାମାଲ ଅଞ୍ଚଳବାସୀ। ବେଧଡକ ଭାବରେ ଦିନ ଦ୍ୱିପ୍ରହରରେ ଚାଲିଛି ବେଆଇନ ବାଲି ଚୋରା ଚାଲାଣ। ଫଳରେ ବିପୁଳ ପରିମାଣର ରାଜସ୍ୱ ହାନି ହେବା ସହ ବାଲି ଚୋରା ଚାଲାଣ ପଛରେ ତହସିଲ ପ୍ରଶାସନର ହାତ ଥିବା ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ତେବେ  କଣ୍ଟାମାଲ ତହସିଲ ଅଞ୍ଚଳରେ ବାଲି ପାଇଁ ୫ଟି ବାଲି ଖାଦାନ ଲିଜ ଦିଆଯାଇଛି । ଯଦି ଅନ୍ୟ କୌଣସି ସ୍ଥାନରେ ଚୋରା ଚାଲାଣ କରାଯାଉଛି ତାହା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲ କର୍ତ୍ତୃପକ୍ଷ କହିଛନ୍ତି।

ବାଲି ମାଫିଆମାନେ ତେଲନଦୀ ପଠାରୁ ଟ୍ରାକ୍ଟର, ଦଶ ଚକିଆ ଟ୍ରକରେ ପ୍ରତିଦିନ ଶହ ଶହ ଟ୍ରିପ ବାଲି ଚାଲାଣ କରୁଛନ୍ତି। ତାହା ପୁଣି ବିନା ଟ୍ରାନ୍‌ଜିଟ ପାସରେ। ଫଳରେ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଛି।



from Odisha Reporter https://ift.tt/2w5U9TM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages