ଏସ୍‌ସିବିରୁ ପଳାଇ ଆସିଥିବା ବିଦେଶୀ ନାଗରିକ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 6, 2020

ଏସ୍‌ସିବିରୁ ପଳାଇ ଆସିଥିବା ବିଦେଶୀ ନାଗରିକ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ୱରର(ଓଡ଼ିଶା ରିପୋର୍ଟର): କରୋନା ସନ୍ଦେହରେ କଟକ ଏସସିବି ଯାଇ ସେଠାରୁ ଫେରି ଆସି  ଭୁବନେଶ୍ୱରର ଏକ ହୋଟେଲରେ  ଆଇସୋଲେସନ୍‌ରେ ରହିଥିବା  ବିଦେଶୀ ନାଗରିକଙ୍କୁ ଶେଷରେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆୟାର୍ଲାଣ୍ଡର ଏହି ନାଗରିକ ଓ ତାଙ୍କର ଜଣେ ସ୍ଥାନୀୟ ସହଯୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ୍‌କୁ ନିଆଯାଇଛି। ସେଠାରେ ଉଭୟଙ୍କୁ ଆଇସୋଲେସନ୍ ଓ୍ୱାର୍ଡରେ ରଖାଯିବା ସହ ଡାକ୍ତରୀ ଦଳ ସେମାନଙ୍କ ଉପରେ ନଜର ରଖିଛନ୍ତି।

ଉଭୟଙ୍କ ରକ୍ତ ନମୁନା ଗତକାଲି ସଂଗ୍ରହ କରାଯାଇଛି। ଏହି ନମୁନା ପରୀକ୍ଷା ପାଇଁ ପୁନେ ଓ କୋଲକତା ପଠାଯିବ ବୋଲି ଜଣାପଡ଼ିଛି। ସେଠାରୁ ରିପୋର୍ଟ ଆସିବା ପରେ ଉଭୟ କରୋନା ଦ୍ୱାରା ଆକ୍ରାନ୍ତ କି ନୁହେଁ ତାହା ସ୍ପଷ୍ଟ ହୋଇଯିବ।

ସୂଚନା ଅନୁଯାୟୀ, ଗୁରୁବାର ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ ତାପମାତ୍ରା ଥିବା ଜଣାପଡିବା ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇଥିଲା।  ଆୟାର୍ଲାଣ୍ଡରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବାରୁ ବ୍ୟକ୍ତିଜଣକ ନିଜେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ  ଯାଇଥିଲେ। ସେଠାରୁ ତାଙ୍କୁ SCBକୁ ରେଫର କରାଯାଇଥିଲା। କିନ୍ତୁ ଶୁକ୍ରବାର ରାତିରେ ଆୟର୍ଲାଣ୍ଡର ଏହି ନାଗରିକଜଣକ ଏସ୍‌ସିବିରୁ ପଳାଇଥିବା ନେଇ ମଙ୍ଗଳାବାଗ ଥାନାରେ ମୌଖିକ ଅଭିଯୋଗ ହୋଇଥିଲା।

ବହୁ ଖୋଜାଖୋଜି ପରେ ସମ୍ପୃକ୍ତ ବିଦେଶୀ ନାଗରିକ ଭୁବନେଶ୍ୱରର ଏକ ହୋଟେଲ୍‌ରେ ରହିଥିବା ବେଳେ ତାଙ୍କୁ ଠାବ କରାଯାଇଥିଲା। ଏସ୍‌ସିବିରେ ଆଡମିଟ୍ ହେବାକୁ ରାଜି ନ ହୋଇ ସେ ଫେରିଥିବା କ୍ୟାପିଟାଲ୍ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ଏହାପରେ ପ୍ରଥମେ ସେ ହୋଟେଲରେ ଆଇସୋଲେସନରେ ରହିବେ ବୋଲି କହୁଥିଲେ ମଧ୍ୟ ବହୁ ବୁଝାଶୁଝା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲର କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

 

 



from Odisha Reporter https://ift.tt/2VYhbqx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages