ମୁଜାଫରପୁର: ବିହାରର ମୁଜାଫରପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ସ୍କର୍ପିଓ ଓ ଏକ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି।
ମୁଜାଫରପୁରର କାନ୍ତି ଥାନା ଅନ୍ତର୍ଗତ ୨୮ ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ନିକଟସ୍ଥ କୃଷ୍ଣା ମେଡିକାଲ କଲେଜରେ ଭର୍ତ୍ତି କରିଛି। ମୃତକମାନେ ମୁଜଫରପୁରର ହତୋଡି ଅଞ୍ଚଳର ବୋଲି ଜଣାପଡ଼ିଛି।
ଶନିବାର ଭୋରୁ ଏହି ଦୁର୍ଘଟଣା ଘଟିଥିବା ପୁଲିସ୍ କହିଛି। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସ୍କର୍ପିଓ ଉତ୍ତରପ୍ରଦେଶରୁ ବିହାର ଆସିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ଯୋଗୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପୁଲିସ୍ ଜେସିବି ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ୨ଟିକୁ ହଟାଇବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି।
from Odisha Reporter https://ift.tt/2VSKASY
No comments:
Post a Comment