ଇଟାଲୀରେ ୬୮୩, ସ୍ପେନରେ ୬୫୬ ଓ ଫ୍ରାନ୍ସରେ ୨୧୩ଙ୍କ ମୁଣ୍ଡ ନେଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

ଇଟାଲୀରେ ୬୮୩, ସ୍ପେନରେ ୬୫୬ ଓ ଫ୍ରାନ୍ସରେ ୨୧୩ଙ୍କ ମୁଣ୍ଡ ନେଲା କରୋନା

ରୋମ: ୟୁରୋପୀୟ ଦେଶ ଇଟାଲୀ, ସ୍ପେନ ଓ ଫ୍ରାନ୍ସରେ ମହାମାରୀ କରୋନା ଭାଇରସ ମୃତ୍ୟୁର ତାଣ୍ଡବ ରଚି ଚାଲିଛି। ସ୍ଥିତି ଏପରି ହୋଇଛି ଯେ ପ୍ରତିଦିନ ଏଠାରେ ଶହଶହ ଲୋକଙ୍କ ଜୀବନ ଯିବାରେ ଲାଗିଛି। ଭାଇରସ ପ୍ରାଣ କେନ୍ଦ୍ର କୁହାଯାଉଥିବା ଚାଇନା ଠାରୁ ବି ଏହି ଦେଶଗୁଡ଼ିକର ଅବସ୍ଥା ଅଧିକ ଜଟିଳ ହୋଇଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୬୮୩ ଜଣଙ୍କ ଜୀବନ ନେଇଛି କରୋନା। ସେହିପରି ସ୍ପେନରେ ୬୫୬ ଓ ଫ୍ରାନ୍ସରେ ୨୧୩ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଛି।

ଇଟାଲୀରେ ୬୮୩ ଜଣ କରୋନାରେ ପ୍ରାଣ ହରାଇବା ପରେ ଏଠାରେ ମୃତ୍ୟୁସଂଖ୍ୟା ୭ ହଜାର ୫୦୩ରେ ପହଞ୍ଚି ଯାଇଛି। ସେହିପରି ୫,୨୧୦ଟି କରୋନା ମାମଲା ସାମ୍ନାକୁ ଆସିବା ପରେ ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪,୩୮୬ ଛୁଇଁଛି। ଏମାନଙ୍କ ମଧ୍ୟରୁ ୯,୩୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୭, ୫୨୧ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୩,୪୮୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଫେବୃଅଆରୀ ୨୧ରେ ଇଟାଲୀରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ତେବେ ମାସକ ମଧ୍ୟରେ କରୋନା ଏଠାରେ ମୃତ୍ୟୁର ବିଭୀଷିକା ସୃଷ୍ଟି କରିଛି। ମଙ୍ଗଳବାର ଏଠାରେ ୭୪୩, ସୋମବାର ୬୦୨, ରବିବାର ୬୫୦ ଓ ଶନିବାର ୭୯୩ ଜଣଙ୍କ ମୁଣ୍ଡ କରୋନା ଯୋଗୁ ଗଡ଼ିଥିଲା।

ସେହିପରି ସ୍ପେନ ସ୍ଥିତି ଚାଇନାଠାରୁ ବଳି ଯାଇଛି। ଏଠାରେ ଗତ ୨୪ ଘଣ୍ଟାରେ ୬୫୬ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୫୪୭ରେ ପହଞ୍ଚି ଯାଇଛି। ବର୍ତ୍ତମାନ ସୁଦ୍ଧା ୪୯,୫୧୫ ଜଣ କରୋନା ରୋଗୀ ଏଠାରେ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫,୩୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଫ୍ରାନ୍ସ ସ୍ଥିତି ମଧ୍ୟ ବେକାବୁ ହୋଇଛି। ଗୋଟିଏ ଦିନରେ ଏହି ୟୁରୋପୀୟ ଦେଶରେ ୨୩୧ ଜଣଙ୍କ ମୃତ୍ୟୁ ଘଟିଛି। ଏହି କାରଣରୁ ଏଠାରେ ମୃତ୍ୟୁସଂଖ୍ୟା ୧୩୩୧ରେ ପହଞ୍ଚି ଯାଇଛି। ୨,୯୨୯ଟି ନୂଆ କରୋନା ମାମଲା ସାମ୍ନାକୁ ଆସିବା ପରେ ଫ୍ରାନ୍ସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୨୩୩ ଛୁଇଁଛି।



from Odisha Reporter https://ift.tt/2xlj4Df

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages