ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ରାଜ୍ୟରେ ଫସିଛନ୍ତି ବହୁ ଓଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 25, 2020

ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ରାଜ୍ୟରେ ଫସିଛନ୍ତି ବହୁ ଓଡ଼ିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶବ୍ୟାପୀ ଲକ୍‌ଡାଉନ୍‌ ପରେ ବିଭିନ୍ନ ରାଜ୍ୟରେ ବହୁ ଓଡ଼ିଆ ଶ୍ରମିକ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀ ଫସି ରହିଛନ୍ତି। ସେମାନେ ସୋଶାଲ ମିଡିଆରେ ଭିଡିଓ ଛାଡ଼ି ଉଦ୍ଧାର କରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।

ଜମ୍ମୁରେ ୧୭୦ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି। ଜମ୍ମୁସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ପଢ଼ୁଥିବା ଏହି ଛାତ୍ରଛାତ୍ରୀମାନେ ଓଡ଼ିଶା ଫେରିପାରୁ ନଥିବା ବେଳେ ଭୋକ ଉପାସରେ ରହିଥିବା କହିଛନ୍ତି। ସେହିପରି ହାଇଦ୍ରାବାଦରେ କଟକ, ଯାଜପୁର ଓ ବ୍ରହ୍ମପୁର ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଓଡ଼ିଆ ଶ୍ରମିକ ଫସିଛନ୍ତି। ରଙ୍ଗାରେଡ୍ଡି ଜିଲ୍ଲାର ରାଇଦୁର୍ଗମରେ ରହୁଥିବା ଏହି ଶ୍ରମିକମାନେ ରାସନ ସରିଯିବା ପରେ କେବଳ ଚୁଡ଼ା ଖାଇ ରହୁଥିବା କହିଛନ୍ତି।

ତେଲେଙ୍ଗାନାର ସିକନ୍ଦରାବାଦ୍‌ରେ ଫସି ରହିଛନ୍ତି ୧୦ରୁ ଅଧିକ ଓଡ଼ିଆ ଶ୍ରମିକ।  ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ଏହି ଶ୍ରମିକମାନେ ଲକ୍‌ଡାଉନ୍ ଯୋଗୁ ଘରକୁ ଫେରି ପାରୁନାହାନ୍ତି। ଉଦ୍ଧାର କରିବା ପାଇଁ ସେମାନେ ପ୍ରଶାସନକୁ ଗୁହାରି କରିଛନ୍ତି।

ବେଙ୍ଗଲୁରୁରେ ଗଜପତି ଜିଲ୍ଲା ଚାନ୍ଦିପୁଟ, ଛେଳିଗଡ଼, ରାନଗିରି ଓ ନୂଆଗଡ଼ ଆଦି ଅଞ୍ଚଳର ୫୦ରୁ ଅଧିକ ଶ୍ରମିକ ଫସିଥିବା ସୂଚନା ମିଳିଛି। ଖାଦ୍ୟ ଓ ଟଙ୍କା ସରିଯାଇଥିବାରୁ ସେମାନେ ଅସୁବିଧାରେ ପଡ଼ିଥିବା କହିଛନ୍ତି।

ବେଙ୍ଗଲୁରୁରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଗୋମୁଣ୍ଡିଆର ୩୫ ଜଣ ଯୁବକ ଫସିଥିବା ଭିଡିଓ ଜରିଆରେ ଜଣାଇଛନ୍ତି।  ୪ ଦିନ ହେଲା ଖାଇବାକୁ ନପାଇ ବହୁ କଷ୍ଟରେ ରହୁଥିବା ସେମାନ କହିଛନ୍ତି। ଗୁଜରାଟ ରାଜକୋଟରେ ବଲାଙ୍ଗିର ଜିଲ୍ଲାର ପ୍ରାୟ ୧୨ ଜଣ ଦାଦନ ଶ୍ରମିକ ଅଟକି ରହିଛନ୍ତି। ଲକଡାଉନ ଯୋଗୁ କାରଖାନା ବନ୍ଦ ହେବା ପରେ ବବରିୟ କଲୋନୀରେ ଫସି ରହିଥିବା କହିଛନ୍ତି।  ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳର ଶତାଧିକ ଯୁବକ ଚେନ୍ନାଇ ଗୁଇଣ୍ଡି ଅଞ୍ଚଳରେ ଦିନ ମଜୁରିଆ ଭାବେ କାମ କରୁଥିଲେ।  ଏବେ ଲକ୍‌ଡାଉନ୍‌ ଯୋଗୁ କାମଧନ୍ଦା ମିଳୁ ନଥିବାରୁ ଘରକୁ ଫେରି ଆସିବା ପାଇଁ ସେମାନେ ନିବେଦନ କରିଛନ୍ତି।

ତାମିଲନାଡ଼ୁ ତ୍ରିଚିରେ ଫସିଛନ୍ତି ଗଞ୍ଜାମ ଜିଲ୍ଲାର ୧୪ ତୀର୍ଥଯାତ୍ରୀ। ଖଲ୍ଲିକୋଟ ଓ ଛତ୍ରପୁର ଅଞ୍ଚଳର ୧୦ଟି ପରିବାର ଗତ ୧୩ ତାରିଖରେ ତୀର୍ଥ କରିବାକୁ ଯାଇ ଆଉ ଫେରିପାରିନାହାନ୍ତି।

ଅନ୍ୟପକ୍ଷରେ ଏଭଳି ଅସହାୟଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିସହ ଏଭଳି ଫସି ରହିଥିବା ଓଡ଼ିଆଙ୍କ ପାଇଁ ଏକ ହେଲପ୍‌ ¤ଲାଇନ ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି।



from Odisha Reporter https://ift.tt/3bxiMbn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages