ଯାଜପୁର(ଅଭୟ ପତି): ପାଇଖାନା ଭିତରେ ଜଣେ ବିବାହିତା ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଏଭଳି ଘଟଣା ଘଟିଛି ଯାଜପୁର ରୋଡ୍ ଥାନା ନ୍ୟୁ ମାର୍କେଟ୍ କଲୋନୀରେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀର ୯୦ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ଜଣଙ୍କ ୫ ବର୍ଷ ପୂର୍ବେ କୋରେଇ ଅଞ୍ଚଳରେ ବିବାହ କରିଥିଲେ। ବିବାହର ୨୮ ଦିନ ପରେ ଶାଶୁ ଘର ସହ ମତାନ୍ତର ହେବାରୁ ସେ ନିଜ ବାପଘରେ ଆସି ରହୁଥିଲେ। ଶାଶୁ ଘରକୁ ଯାଉ ନ ଥିବାରୁ ଯୋଗୁ ତାଙ୍କର ମାନସିକ ସ୍ଥିତି ଠିକ୍ ନଥିଲା। ଆଜି ସକାଳେ ଘର ନିକଟରେ ଥିବା ପାଇଖାନା ମଧ୍ୟରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
from Odisha Reporter https://ift.tt/2w5LEbu
No comments:
Post a Comment