ରଶ୍ମି ଦେଶାଇଙ୍କ ପରେ ‘ନାଗୀନ୍‌ ୪’ରେ ଏଣ୍ଟ୍ରି କରିବେ ଏହି ‘ବିଗ୍‌ ବସ୍‌’ ପ୍ରତିଯୋଗୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 14, 2020

ରଶ୍ମି ଦେଶାଇଙ୍କ ପରେ ‘ନାଗୀନ୍‌ ୪’ରେ ଏଣ୍ଟ୍ରି କରିବେ ଏହି ‘ବିଗ୍‌ ବସ୍‌’ ପ୍ରତିଯୋଗୀ!

ମୁମ୍ବାଇ: ଏକ୍‌ତା କପୁରଙ୍କ  ସୁପରନ୍ୟାଚୁରାଲ୍‌ ଶୋ’ ‘ନାଗୀନ୍‌ ୪’କୁ ହିଟ୍‌ କରାଇବା ପାଇଁ ନିର୍ମାତା ଭିନ୍ନ ଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି। ନୂଆନୂଆ ଷ୍ଟାରଙ୍କୁ ଏଣ୍ଟ୍ରି ଦେଇ ଶୋ’ର କାହାଣୀକୁ ଆହୁରି ମଜାଦାର କରୁଛନ୍ତି। ତେବେ କିଛିଦିନ ହେବ ଚର୍ଚ୍ଚା ହେଉଛି ଯେ ଏହି ଶୋ’ରେ ‘ବିଗ୍‌ ବସ୍‌ ୧୩’ର ପ୍ରତିଯୋଗୀ ତଥା ଟେଲି ଷ୍ଟାର୍‌ ରଶ୍ମି ଦେଶାଇଙ୍କ ‌ଏଣ୍ଟ୍ରି ହୋଇଛି। ଏପରିକି ସିରିଏଲରୁ ରଶ୍ମିଙ୍କ ପ୍ରଥମ ଲୁକ୍‌ ମଧ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ତେବେ ଏସବୁ ଚର୍ଚ୍ଚା ଭିତରେ ଆଉ ଏକ ଚର୍ଚ୍ଚା ଆରମ୍ଭ ହୋଇଛି ଯେ ଏହି ଶୋ’ରେ ଆଉଜଣେ ବିଗ୍‌ବସ୍‌ ପ୍ରତିଯୋଗୀ ଏଣ୍ଟ୍ରି ନେବେ।

ସୂଚନା ଅନୁଯାୟୀ ନିର୍ମାତା ଏକ୍‌ତା କପୁର ଏବେ ନାଗୀନ୍‌ ୪’ରେ ‘ବିଗ୍‌ବସ୍‌ ୧୨’ର ବିଜେତା ଦୀପିକା କକ୍କଡ଼ଙ୍କୁ ଏଣ୍ଟ୍ରି କରାଇବାକୁ ଯୋଜନା କରୁଛନ୍ତି। କୁହାଯାଉଛି ଯେ ସିରିଏଲ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ବିନୟ କରିବେ, ଯିଏ କି ମନ୍ଦିରର ରହସ୍ୟର ପର୍ଦ୍ଦାଫାସ୍‌ କରିବେ। ଅନ୍ୟପଟେ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥ୍ୟା ଠିକ୍‌ ନଥିବାରୁ ଏବେ ସେ ଶୋ’ରେ ଏଣ୍ଟ୍ରି ନେବେ ନାହିଁ। ତେବେ ବର୍ତ୍ତମାନ ସୁଦ୍ଧା ଏ ନେଇ ନିର୍ମାତାଙ୍କ ତରଫରୁ କୌଣସି ଘୋଷଣା କରାଯାଇ ନାହିଁ।

ନାଗିନ୍‌ ୪’କୁ କିଛିଦିନ ତଳେ ଶୋ’ରେ ନୂଆ ଟ୍ୱିଷ୍ଟ ଆଣିବା ପାଇଁ ନିର୍ମାତା ଏହାର କାହାଣୀରୁ ଜସ୍ମିନ୍‌ ଭସୀନ୍‌ ଅଭିନୟ କରୁଥିବା ନୟନତାରା ଚରିତ୍ରକୁ ଶେଷ କରିଦେଇଛନ୍ତି। ନୟନତାରାଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟପଟେ ହିରୋଇନ୍‌ ବୃନ୍ଦାଙ୍କ ମା’ ରୋଲ୍‌ରେ ‌ଅଭିନୟ କରୁଥିବା ଶାୟନ୍ତନୀ ଘୋଷଙ୍କର ମଧ୍ୟ ରୋଲ୍‌ ଶେଷ ହୋଇଯାଇଛି। ତେବେ ହଠାତ୍‌ ଏହି ଦୁଇ ଷ୍ଟାର୍‌ଙ୍କର ଶୋ’ରୁ ବାହାରିଯିବା ଫ୍ୟାନ୍‌ମାନଙ୍କୁ ନିରାଶ କରିଛି। ହେଲେ ନୂଆ ଷ୍ଟାରଙ୍କର ଏଣ୍ଟ୍ରି ଦେଖିବା ପାଇଁ ମଧ୍ୟ ସମସ୍ତେ ବେଶ୍‌ ଉତ୍ସାହିତ ଅଛନ୍ତି। ତେବେ ରଶ୍ମି ଓ ଦୀପିକାଙ୍କ ଏଣ୍ଟ୍ରି ହେଲେ ଫ୍ୟାନ୍‌ମାନେ ଖୁସି ହେବେ। ଦୀପିକା ବର୍ତ୍ତମାନ ଷ୍ଟାରପ୍ଲସ୍‌ର ସିରିଏଲ୍‌ ‘କାହାଁ ହମ୍‌ କାହାଁ ତୁମ୍‌’ରେ ଅଭିନୟ କରୁଛନ୍ତି। ଏହି ସିରିଏଲ୍‌ଟି ଖୁବ୍‌ଶୀଘ୍ର ସରିଯିବ। ଯାହାପରେ ଦୀପିକା ‘ନାଗୀନ୍‌ ୪’ରେ ଏଣ୍ଟ୍ରି ନେଇପାରନ୍ତି।

View this post on Instagram

#RashamiDesai in #Naagin4

A post shared by The Khabri (@thekhbri) on

 



from Odisha Reporter https://ift.tt/2WaGqWr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages