ରାଉରକେଲା (ପବନ ତିୱାରୀ): ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିଲେ ୫୬ ତୀର୍ଥଯାତ୍ରୀ। ରାଉରକେଲା ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏହି ତୀର୍ଥଯାତ୍ରୀଙ୍କ ସହ ବସ୍ ଡ୍ରାଇଭର ଓ ହେଲପରଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି।
ସୂଚନା ଅନୁସାରେ, ବଲାଙ୍ଗିର ଓ ସୋନପୁର ଜିଲ୍ଲାର ଏହି ୫୬ ଜଣ ଲୋକ ଉତ୍ତର ପ୍ରଦେଶର ବୃନ୍ଦାବନକୁ ତୀର୍ଥ କରିବାକୁ ଯାଇଥିଲେ। ତେବେ ଲକ୍ଡାଉନ୍ ଯୋଗୁ ସେମାନେ ଆଉ ଫେରି ପାରି ନଥିଲେ। ଏନେଇ ଖବର ପାଇ ଉତ୍ତରପ୍ରଦେଶ ସରକାର ଏକ ବସ୍ କରି ସେମାନଙ୍କୁ ଓଡ଼ିଶା ପଠାଇଛନ୍ତି। ଆଜି ସକାଳ ପ୍ରାୟ ୮ଟା ବେଳେ ସେମାନେ ରାଉରକେଲାରେ ପହଞ୍ଚିଥିଲେ। ଏହାପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମରେ ରାଉରକେଲା ସରକାରୀ ଡାକ୍ତରଖାନାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହା ପରେ ସମସ୍ତଙ୍କୁ ରାଉରକେଲାର ଛେଣ୍ଡ କଲୋନୀ ସ୍ଥିତ ନିରାଶ୍ରୟ ଆଶ୍ରୟସ୍ଥଳୀରେ ପ୍ରସ୍ତୁତ ହୋଇଥିବା ଆଇସୋଲେସନ ସେଣ୍ଟରରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି।
from Odisha Reporter https://ift.tt/39o9pJj
No comments:
Post a Comment