ଦୁଇ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଡବଲ, ଜଟିଳ ସ୍ଥିତିରେ ଆମେରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 29, 2020

ଦୁଇ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଡବଲ, ଜଟିଳ ସ୍ଥିତିରେ ଆମେରିକା

ଓ୍ୱାଶିଂଟନ: ମହାମାରୀ କରୋନା ଭାଇରସ ପାଇଁ ଆମେରିକା ଏବେ ଚିନ୍ତାରେ। ମାତ୍ର ଦୁଇ ଦିନରେ ମୃତକଙ୍କ ସଂଖ୍ୟା ଡବଲ୍ ହୋଇଛି। ଏହି ମହାମାରୀରେ ଆମେରିକାର ନ୍ୟୁୟର୍କ ସହର ସବୁଠୁ ପ୍ରଭାବିତ ହୋଇଛି। ସ୍ଥିତି ଏମିତି ଯେ ୯/୧୧ ଆକ୍ରମଣ ବେଳେ ଆମ୍ୱୁଲାନ୍ସ ଯେଉଁଭଳି ଭାବରେ ରାସ୍ତାରେ ଦୌଡୁଥିଲା ଏବେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଆଗାମୀ ଦିନରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏମିତିକି ମୃତ୍ୟୁ ସଂଖ୍ୟା ୨ ଲକ୍ଷରୁ ଅଧିକ ହୋଇପାରେ ବୋଲି ସେ କହିଛନ୍ତି।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ପରାମର୍ଶଦାତା କହିଛନ୍ତି, କରୋନା ଭାଇରସରେ ଅତିକମରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେବ। ଏବେ ଏପ୍ରିଲ ୩୦ ଯାଏ ରାଷ୍ଟ୍ରପତି ସାମାଜିକ ଦୂରତ୍ୱ ନିୟମ ଅବଧି ବଢ଼ାଇଛନ୍ତି।

ଅନ୍ୟପଟେ ହ୍ୱାଇଟ୍ ହାଉସରେ ସାମ୍ୱାଦିକ ସମ୍ମିଳନୀ କରି ଟ୍ରମ୍ପ କହିଛନ୍ତି, ଆଗାମୀ ଜୁନ୍ ଯାଏ ଆମେରିକାକୁ କରୋନା ସହିତ ଲଢ଼ିବାକୁ ପଡ଼ିପାରେ। ତେବେ କରୋନାକୁ ରୋକିବା ପାଇଁ ଯେଉଁ ପ୍ରସ୍ତୁତି ଚାଲିଛି ତାହା ମୃତ୍ୟୁ ସଂଖ୍ୟା କମାଇବ। ଏପ୍ରିଲ ୧ ସୁଦ୍ଧା ସରକାର ସାମାଜିକ ଦୂରତ୍ୱ ନିୟମ ବାବଦରେ ନିୟମ ଜାରି କରିବେ।

ରବିବାର ରାତି ସୁଦ୍ଧା ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨,୭୩୫ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୨,୪୮୮ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ନ୍ୟୁୟର୍କ ସହରର ରହିଛନ୍ତି।



from Odisha Reporter https://ift.tt/2UOm1nJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages