ପୁରୀରେ ପହଞ୍ଚିଲା ରଥ କାଠ, କାଲି ଚିରଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 31, 2020

ପୁରୀରେ ପହଞ୍ଚିଲା ରଥ କାଠ, କାଲି ଚିରଟ

ପୁରୀ(ଓଡିଶା ରିପୋର୍ଟର): ପୁରୀରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି ରଥ କାଠ। ନୟାଗଡ଼ ବନଖଣ୍ଡରରୁ ୮ ଖଣ୍ଡ ଫାସୀ କାଠ ପୁରୀରେ ପହଞ୍ଚିଛି।

ଆସନ୍ତାକାଲି ରାମ ନବମୀ ଅବସରରେ କଟକ ଖପୁରିଆ ସ-ମିଲ୍‌ରେ କାଠ ଚିରଟ୍ କରାଯିବାର ପରମ୍ପରା ରହିଛି। ଏପ୍ରିଲ ୨୬ ତାରିଖରେ ଅକ୍ଷୟ ତୃତୀୟା ଦିନ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଆଜି ସକାଳେ ନୟାଗଡ଼ରୁ ଏହି କାଠ ଟ୍ରକ୍‌ରେ ଆସି ପୁରୀରେ ପହଞ୍ଚିଥିଲା।

ଶ୍ରୀମନ୍ଦିରର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି,“ ଆଗକୁ  କାଳିଆ ଠାକୁରଙ୍କ ରଥଯାତ୍ରା ଆସୁଛି। ଅକ୍ଷୟ ତୃତୀୟାରେ ପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।  ଆଗରୁ ୧୨୫ ଖଣ୍ଡ କାଠ ଆସିଥିଲା। ଆଜି ଆଠ ଖଣ୍ଡ ଫାଶୀ କାଠ ଆସି ପହଞ୍ଚିଛି।ଆସନ୍ତାକାଲି ରାମ ନବମୀରେ ଶ୍ରୀଜିଉଙ୍କ କାଠ କରତ କଳରେ ଚିରଟ ହେବ। କାଲି ମହାପ୍ରଭୁଙ୍କ ଆଜ୍ଞା ମାଳ କରତ କଳରେ ପହଞ୍ଚିଲେ, କାଠ ଚିରଟ ହେବ। ମହାପ୍ରଭୁ ନିଶ୍ଚିତ ଭାବେ ଏହି ମହାମାରୀରୁ ଓଡ଼ିଶାକୁ ବଞ୍ଚାଇବେ।”

 



from Odisha Reporter https://ift.tt/2R0HoRE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages