‘ହ୍ୟାଣ୍ଡସେକ, ଆଲିଙ୍ଗନା ପରମ୍ପରା ଶେଷ ହୋଇଯିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 31, 2020

‘ହ୍ୟାଣ୍ଡସେକ, ଆଲିଙ୍ଗନା ପରମ୍ପରା ଶେଷ ହୋଇଯିବ’

ନୂଆଦିଲ୍ଲୀ: ଆଜିର ଆଧୁନିକତାରେ ଜଣ ଅନ୍ୟ ଜଣଙ୍କ ସହ ଦେଖାହେଲେ ହ୍ୟାଣ୍ଡସେକ୍ କିମ୍ୱା ଆଲିଙ୍ଗନ କରିବା ଶିଷ୍ଟାଚାର। ଯାହାକି ଆଧୁନିକତାର ପରିଚୟ ଦେଇଥାଏ। ମୁଖ୍ୟତଃ ଏହି ଶିଷ୍ଟାଚାର ବିଦେଶୀ ପରମ୍ପରା। କାଳକ୍ରମେ ଶିକ୍ଷିତ ଓ ଆଧୁନିକତାର ପରିଚୟ ଦେବାକୁ ଯାଇ ଭାରତ ସମେତ ବିଶ୍ୱବାସୀ ଏହି ଶିଷ୍ଟାଚାରକୁ ଆପଣାଇଥିଲେ। ଆଗାମୀ ଦିନରେ ଏହି ଟ୍ରେଣ୍ଡ ବା ଶିଷ୍ଟାଚାର ଆଉ ଦେଖିବାକୁ ମିଳିବ ନାହିଁ।

ଏବେ ସମଗ୍ର ବିଶ୍ୱରେ କରୋନା ଭାଇରସର ଦୌରାତ୍ମ୍ୟ ଦେଖିବାକୁ ମିଳିଛି। କରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ହ୍ୟାଣ୍ଡସେକ, ଆଲିଙ୍ଗନ କରିବା ଆଦିଠୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। କରୋନାର ପ୍ରଭାବ ଆଗାମୀ ଦିନରେ କମିବା ପରେ ମଧ୍ୟ ଲୋକମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ନିୟମକୁ ମାନିବେ ବୋଲି ବିଶେଷଜ୍ଞ କହିଛନ୍ତି।

ପ୍ରତିବଦଳରେ ପ୍ରଫେସନାଲ ବୈଠକ କିମ୍ୱା ସମ୍ମିଳନୀରେ ମୁଣ୍ଡ ତଳକୁ କରି ହଲାଇ ଶିଷ୍ଟାଚାର କରିବାର ପରମ୍ପରା ଆସିବ ବୋଲି ଗବେଷକ କହିଛନ୍ତି।

ଏହାବାଦ ଲୋକମାନେ ଘର, ଅଫିସର ପରିମଳ ବ୍ୟବସ୍ଥା ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବେ। ସାନିଟାଇଜ ବା ବିଶୁଦ୍ଧି କରଣ ଉପରେ ପ୍ରତ୍ୟେକ ଲୋକ ଗୁରୁତ୍ୱ ଦେବେ। ଦୋକାନ ଗୁଡ଼ିକରେ ମଧ୍ୟ ସାନିଟାଇଜର ବିକ୍ରି ବଢ଼ିବ। ଲୋକମାନେ ଯଦି ଏବେର ନିୟମକୁ ଦୀର୍ଘଦିନ ଧରି ପାଳନ କରିବେ ତା’ହେଲେ ଏହା ଅଭ୍ୟାସରେ ପରିଣତ ହୋଇଯିବ ବୋଲି ନାଟିଙ୍ଗଘମ ଟ୍ରେଣ୍ଟ ବିଶ୍ୱବିଦ୍ୟାଳୟର ଗବେଷକ ରବର୍ଟ ଡିଙ୍ଗଓ୍ୱାଲ କହିଛନ୍ତି।



from Odisha Reporter https://ift.tt/342B8OY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages