କଣ୍ଟେନରକୁ ପଛରୁ ଧକ୍କା ଦେଲା କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 3, 2020

କଣ୍ଟେନରକୁ ପଛରୁ ଧକ୍କା ଦେଲା କାର୍‌

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ରେଲୱେ ଓଭର ବ୍ରିଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ କଣ୍ଟେନରକୁ ଏକ କାର୍ ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତକଜଣଙ୍କ ହେଲେ ବାସୁଦେବପୁର ସୁରେଶରପୁର ଗାଁର କଟି ମଲ୍ଲିକ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କଟିଙ୍କ ସମେତ ତିନିଜଣ ବ୍ୟକ୍ତି କାର୍‌ ଯୋଗେ ଭଦ୍ରକରୁ ବାସୁଦେବପୁର ଫେରୁଥିଲେ। ଚରମ୍ପା ରେଲୱେ ଓଭର ବ୍ରିଜ ନିକଟରେ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା କଣ୍ଟେନରକୁ କାର୍‌ଟି ପଛରୁ ଧକ୍କା ଦେଇଥିଲା। କାର୍‌ରେ ଥିବା ଚାରି ଜଣ ବ୍ୟକ୍ତି ଗାଡ଼ି ଭିତରେ ଚାପି ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଗ୍ୟାସ କଟର ସହାୟତାରେ କାର୍‌କୁ କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ କଟିଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ କଣ୍ଟେନରରେ କେହି ନଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2vBxu1A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages