ଆକ୍ସନ୍‌ ଫିଲ୍ମରେ ବାଣୀ କପୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 15, 2020

ଆକ୍ସନ୍‌ ଫିଲ୍ମରେ ବାଣୀ କପୁର

ମୁମ୍ବାଇ: ଗତବର୍ଷ ରିଲିଜ୍ ହୋଇଥିବା ବ୍ଲକବଷ୍ଟର୍ ଫିଲ୍ମ ‘ୱାର୍’ରେ ଅଭିନୟ କରି ଜବରଦସ୍ତ ସଫଳତା ହାସଲ କରିଥିବା ନାୟିକା ବାଣୀ କପୁରଙ୍କ ହାତକୁ ଏବେ ଆଉ ଏକ ବଡ଼ ପ୍ରୋଜେକ୍ଟ ଆସିଯାଇଛି। ହ୍ରିତିକ୍‌ ରୋଶନ୍‌ଙ୍କ ପରେ ଏବେ ସେ ରଣବୀର କପୁରଙ୍କ ସହ ସ୍କ୍ରିନ୍‌ ଶେଆର୍‌ କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ ବାଣୀଙ୍କୁ ଫିଲ୍ମ ‘ସମ୍‌ସେରା’ରେ ଦେଖିବାକୁ ମିଳିବ।

View this post on Instagram

A post shared by VK (@_vaanikapoor_) on

ବାଣୀ ଏହି ଫିଲ୍ମରେ ଲିଡ୍ ନାୟିକା ଭାବେ ଅଭିନୟ କରିବେ। କୁହାଯାଉଛି, ସେ ଏହାର ଶୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଏଥିରେ ତାଙ୍କୁ ପ୍ରଥମ ଥର ଲାଗି ରଣବୀର କପୁରଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମଟି ଏକ ମେଗା ଆକ୍ସନ୍‌ ଫିଲ୍ମ ହେବ, ଯେଉଁଥିରେ ବାଣୀଙ୍କୁ ପୂରା ନୂଆ ଅବତାରରେ ଦେଖିବାକୁ ମିଳିବ।

View this post on Instagram

Playin it cool 🍯

A post shared by VK (@_vaanikapoor_) on

‘ସମ୍‌ସେରା’ରେ ନିଜ ଚରିତ୍ରକୁ ନେଇ ବେଶ୍ ଖୁସି ଥିବେ ବାଣୀ କହିଛନ୍ତି ଯେ ୨୦୧୯ ତାଙ୍କ ପାଇଁ  ବହୁତ ଭଲ ଥିଲା। ଏହି ବର୍ଷ ‘ୱାର’ ବ୍ଲକ୍‌ବଷ୍ଟର ହେବା ସହ ଅନେକ ଗୁଡ଼ିଏ ରେକର୍ଡ଼ ହାସଲ୍‌ କରିଥିଲା। ଏଭଳି ଏକ ଫିଲ୍ମରେ କାମ କରିଥିବାରୁ ସେ ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି। ଏହି ଫିଲ୍ମରେ ତାଙ୍କ ରୋଲ୍‌ ଛୋଟ ଥିଲେ ମଧ୍ୟ ବେଶ୍ ପ୍ରଭାବଶାଳୀ ଥିଲା। ଏହି ରୋଲ୍‌ରୁ ତାଙ୍କୁ ଆଗକୁ ବଢ଼ି ନୂଆ ପରିଚୟ ସୃଷ୍ଟି କରିବାର ସୁଯୋଗ ଦେଇଛି।

View this post on Instagram

Calm before WAR ✌️

A post shared by VK (@_vaanikapoor_) on

‘ସମ୍‌ସେରା’ରେ ରଣବୀର କପୁର ଏବଂ ବାଣୀ କପୁରଙ୍କ ବ୍ୟତୀତ ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ ଓ ରୋନିତ୍‌ ରୟଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି କରଣ ମଲହୋତ୍ରା। ଫିଲ୍ମଟିକୁ ଜୁଲାଇ ୨୦ରେ ରିଲିଜ୍‌ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ବର୍ତ୍ତମାନ କରୋନା ଭାଇରସ୍ ପାଇଁ ସବୁ ଫିଲ୍ମର ଶୁଟିଂକୁ ସ୍ଥଗିତ ରଖାଯାଉଥିବାରୁ ଏହାର ରିଲିଜ୍‌ ଡେଟ୍‌ରେ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି।



from Odisha Reporter https://ift.tt/39PoTXU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages