କରୋନା ପାଇଁ ବନ୍ଦ ହୋଇପାରେ ସିରିଏଲ୍‌ଗୁଡ଼ିକର ଶୁଟିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 15, 2020

କରୋନା ପାଇଁ ବନ୍ଦ ହୋଇପାରେ ସିରିଏଲ୍‌ଗୁଡ଼ିକର ଶୁଟିଂ

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ର ପ୍ରଭାବ ବଲିଉଡ୍‌ ଇଣ୍ଡଷ୍ଟ୍ରୀ ଉପରେ ବି ପଡ଼ିଛି। ବହୁ ଫିଲ୍ମର ରିଲିଜ୍‌ ଡେଟ୍‌ ଘୁଞ୍ଚାଇ ଦିଆଯାଇଛି। ଏହା ବ୍ୟତୀତ ସଲ୍‌ମାନ୍‌, ରଣବୀର୍‌ କପୁର, ରଣବୀର ସିଂହ, ଦୀପିକା ପାଦୁକୋନ୍, ଆଲିଆ ଭଟ୍ଟ ଓ ଶାହାରୁଖ ଖାନ୍‌ଙ୍କ ଭଳି ଅନେକ ବଡ଼ ବଡ଼ ଫିଲ୍ମଷ୍ଟାର୍‌ମାନେ ନିଜ ଫିଲ୍ମର ଶୁଟିଂକୁ ମଧ୍ୟ ବନ୍ଦ କରିଦେଇଛନ୍ତି। ସେହିଭଳି କରୋନା ଭାଇରସ୍‌ର ପ୍ରଭାବ ଟେଲିଭିଜନ୍‌ ଇଣ୍ଡଷ୍ଟ୍ରୀ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ନିର୍ମାତାମାନେ ସିରିଏଲ୍‌ଗୁଡ଼ିକର ଶୁଟିଂ ବନ୍ଦ କରିବାକୁ ଯୋଜନା କରୁଛନ୍ତି।

ଗତ ଶୁକ୍ରବାର ଟେଲି ଇଣ୍ଡଷ୍ଟ୍ରିର ନିର୍ମାତାମାନେ ଚ୍ୟାନେଲ୍‌ ଗୁଡ଼ିକ ସହ ଏକ ବୈଠକ କରିଥିଲେ। ଏଥିରେ ଶୁଟିଂ ବନ୍ଦ କରିବା ବିଷୟରେ ଆଲୋଚନା ହୋଇଥିଲା। କିନ୍ତୁ ଏବେ ଯାଏ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏ ନେଇ ଆଉଥରେ ବୈଠକ ବସିବ ଓ ସେଥିରେ ସିରିଏଲ୍‌ ଗୁଡ଼ିକର ଶୁଟିଂ ବନ୍ଦ ହେବ କି ନାହିଁ, ସେ ବିଷୟରେ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି।  ଫେଡରେଶନ୍ ଅଫ୍‌ ୱେଷ୍ଟର୍ନ ମଡିଆ ସିନେ ଏମ୍ପ୍ଲଇଜ୍‌ (FWICE) ନିଜର ୫ ଲକ୍ଷ ସଦସ୍ୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଦିନ ପାଇଁ ଫିଲ୍ମ ଓ ଟେଲିଭିଜନ୍‌ ଶୋ’ଗୁଡ଼ିକର ଶୁଟିଂ ବନ୍ଦ କରିବା ନେଇ ବିଚାର କରୁଛି।

FWICE ନିର୍ମାତାମାନଙ୍କୁ ବିଦେଶରେ ଶୁଟିଂ ନ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ ଯଦି କୌଣସି ଫିଲ୍ମର ଶୁଟିଂ ବିଦେଶରେ ଚାଲିଛି, ତା’ହେଲେ ଉକ୍ତ ଟିମ୍‌ ସଦସ୍ୟଙ୍କ ଡାକ୍ତରୀ ପରୀକ୍ଷା କରାଯାଇ ଦେଶକୁ ଫେରାଇ ଆଣନ୍ତୁ ବୋଲି ନିର୍ମାତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Indian Web and TV Producers Council ( IFTPC )ର ଅଧ୍ୟକ୍ଷ ଜେଡି ମଜେଠିଆ କହିଛନ୍ତି ଯେ ଚ୍ୟାନେଲ୍‌ଗୁଡ଼ିକ ପାଖରେ ପ୍ରାୟ ସବୁ ଶୋ’ର ପାଖାପାଖି ଏକ ସପ୍ତାହର ଏପିସୋଡ୍‌ ରହିଛି। ଏହାପରେ ଯଦି ଶୁଟିଂ ସମ୍ଭବ ନହେଇପାରେ, ତା’ହେଲେ ସେମାନେ ରିପିଟ୍‌ ଟେଲିକାଷ୍ଟ ପ୍ରସାରଣ କରିବେ। ଏହା ଛଡ଼ା ଆଉ କୌଣସି ଉପାୟ ନାହିଁ।



from Odisha Reporter https://ift.tt/3b2Fsj9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages