ଡାକ୍ତର ନେଲେ ୧୦୦ ଟଙ୍କା ଲାଞ୍ଚ, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 11, 2020

ଡାକ୍ତର ନେଲେ ୧୦୦ ଟଙ୍କା ଲାଞ୍ଚ, ଭିଡିଓ ଭାଇରାଲ

କାମାକ୍ଷାନଗର(ବିଦ୍ୟାଧର ବରାଳ): “ଟଙ୍କା ନେବା ମୋ ହକ୍‌। ପ୍ରାଇଭେଟ କାମ ପାଇଁ ଶହେ ଟଙ୍କା । କିନ୍ତୁ ଗମେଣ୍ଟ କାମ ହେଲେ ଟଙ୍କାଟେ ବି ଦେବାକୁ ପଡ଼ିବନି।” ଏପରି ଭାବେ କହୁଥିବା ବ୍ୟକ୍ତିଜଣକ ହେଉଛନ୍ତି ଡାକ୍ତର ସ୍ଥିତପ୍ରଜ୍ଞ ମହାନ୍ତି। ସେ  ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି। ସେ ଜଣେ ବ୍ୟକ୍ତିଙ୍କଠାରୁ ୧୦୦ ଟଙ୍କା ଲାଞ୍ଚ ନେବା ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଡାକ୍ତର ସ୍ଥିତପ୍ରଜ୍ଞ ମହାନ୍ତି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନରେ ଆସିଥିବା ବେଳେ ଏହି ଭିଡିଓ ସୁଟ୍‌ ହୋଇଥିବା କୁହାଯାଉଛି। ଏହି ଭିଡିଓ ପ୍ରାୟ ମାସେ ପୂର୍ବେ ହୋଇଥିବା ବେଳେ କିଛି ଦିନ ହେବ ଏହା ଭାଇରାଲ ହେବାର ଲାଗିଛି।

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବଶ୍ୟକ ମେଡିକାଲ ଫିଟନେସ୍‌ ଡକ୍ୟୁମେଣ୍ଟରେ ଦସ୍ତଖତ ଲାଗି ଜଣକ ପିଛା ଡାକ୍ତର ନେଉଛନ୍ତି ୧୦୦ ଟଙ୍କା। ୧୦୦ ଟଙ୍କା ନ ଦେଲେ ସେ ଏହି ଡକ୍ୟୁମେଣ୍ଟରେ ଦସ୍ତଖତ କରିବେ ନାହିଁ ବୋଲି ସଫା ସଫା ମନା କରିଦେଉଛନ୍ତି। ଏହି ଭିଡ଼ିଓର ସତ୍ୟତା ତଦନ୍ତ ହେଲେ ଜଣାପଡ଼ିବ। ତେବେ ଏନେଇ ସଂପୃକ୍ତ ଡାକ୍ତର କି ସିଡିଏମଓଙ୍କ ପ୍ରତିକ୍ରିୟା ମିଳିପାରିନି।

ସ୍ୱାସ୍ଥ୍ୟ ବିଭାଗ ମୋ ସରକାର ଅଧୀନରେ ଥିବା ସତ୍ତ୍ୱେ ଡାକ୍ତରଙ୍କ ଏପରି ମନୋଭାବ ହେତୁ ରୋଗୀ ସେବା କିପରି ଚାଲିଥିବା ତାହା ସହଜେ ଅନୁମେୟ।



from Odisha Reporter https://ift.tt/2W4pa5l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages