ହାଇକୋର୍ଟରେ କେବଳ ଜରୁରୀ ମାମଲାର ହେବ ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 16, 2020

ହାଇକୋର୍ଟରେ କେବଳ ଜରୁରୀ ମାମଲାର ହେବ ଶୁଣାଣି

କଟକ (ଓଡ଼ିଶା ରିପୋର୍ଟର): କରୋନା ଭାଇରସ୍ ପାଇଁ ଓଡ଼ିଶା ହାଇକୋର୍ଟ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ହାଇକୋର୍ଟରେ କେବଳ ଜରୁରୀ ମାମଲା ଶୁଣାଣି କରାଯିବ ବୋଲି ଜୁଡିସିଆଲ ରେଜଷ୍ଟ୍ରାରଙ୍କ ପକ୍ଷରୁ ସର୍କ୍ୟୁଲାର ଜାରି ହୋଇଛି। ଏହି ସର୍କ୍ୟୁଲାର ଅନୁସାରେ ଆଜିଠାରୁ କେବଳ ଜରୁରୀ ମାମଲାର ଶୁଣାଣି ଛଡ଼ା ଅନ୍ୟ କୌଣସି ମାମଲାର ଶୁଣାଣି କରାଯିବ ନାହିଁ। ଅଧିକ ଗୁରୁତ୍ୱ ନ ଥିବା ମାମଲାର ଶୁଣାଣି ନ କରିବାକୁ ପରାମର୍ଶ ଦିଆଯାଇଛି।

ଶୁଣାଣି ପାଇଁ ଆସୁଥିବା ମାମଲାଗୁଡ଼ିକୁ ବର୍ତ୍ତମାନ ପାଇଁ ରୁଟିନ୍‌ଭୁକ୍ତ ନ କରିବା ପାଇଁ କୁହାଯାଇଛି। ଏହାସହ ବେଶି ଗୁରୁତ୍ୱ ରଖୁଥିବା ମାମଲା ସମ୍ପର୍କରେ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟ ପରିସରରେ ଭିଡ଼ ଏଡ଼ାଇବାକୁ ଭିଜିଟର୍ସ ପାସ୍ ନ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସେହିଭଳି କରୋନା ସତର୍କତା ନେଇ ତଳ କୋର୍ଟମାନଙ୍କୁ ମଧ୍ୟ ପରାମର୍ଶ ଦେଇ ସର୍କ୍ୟୁଲାର ଜାରି କରିଛନ୍ତି ହାଇକୋର୍ଟ କୋର୍ଟ। ପରିସରରେ ଭିଡ଼ ଏଡ଼ାଇବାକୁ ସାଧାରଣ ଲୋକଙ୍କୁ ପ୍ରବେଶ ବାରଣ କରିବା ସହ ଅଭିଯୁକ୍ତଙ୍କୁ ହାଜର ନ କରି ଭିଡିଓ କନଫରେନ୍ସିଂରେ ଶୁଣାଣି ପାଇଁ ପରାମର୍ଶ ଦେଇଛନ୍ତି। ଯଥା ସମ୍ଭବ ମୁହାଁମୁହିଁ ଯୁକ୍ତି ଉପସ୍ଥାପନକୁ ଦୂରେଇବାକୁ ପରାମର୍ଶ ଦିଆଯାଇଛି। କାଶ, ଛିଙ୍କ ହେଉଥିବା କୋର୍ଟ କର୍ମଚାରୀଙ୍କୁ ଡାକ୍ତରଙ୍କ ପରାମର୍ଶ ପାଇଁ ନିର୍ଦ୍ଦେଶ ଦେବା ସହ କୋର୍ଟ ରୁମ୍‌କୁ ନିୟମିତ ସାନିଟାଇଜ କରିବାକୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ।



from Odisha Reporter https://ift.tt/2x5Hn7S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages