ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସୋଶାଲ ମିଡିଆ’ରୁ ବିଶ୍ରାମ ଟ୍ୱିଟ୍କୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଟ୍ୱିଟ୍ ପରେ ଏହାର ପାଲଟା ଜବାବ ରଖିଛନ୍ତି ବାବୁଲ ସୁପ୍ରିୟୋ। ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ବିଜେପି ସାଂସଦ ରାହୁଲଙ୍କ ବିଦେଶ ବୁଲା ଏବଂ ଭାରତରେ କମ୍ ସମୟ ରହିବାକୁ ନେଇ ତାଚ୍ଛଲ୍ୟ କରିଛନ୍ତି।
Bhai.. when you tweet frm your holidays abroad, your network provider charges at least 4 times more for Data Usage.. But 10day/15 days International Roaming packs are available.. try availing that in your next trip.. For your short stays in India, you may use normal Data Packs 🙏 https://t.co/5Lt4cb80Kf
— Babul Supriyo (@SuPriyoBabul) March 3, 2020
ଏହା ପୂର୍ବରୁ ମୋଦି ଗତକାଲି ଟ୍ୱିଟ୍ କରି କହିଥିଲେ, “ଆସନ୍ତା ରବିବାର ମୋର ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଆଦି ସୋସିଆଲ ମିଡିଆ ଆକାଉଣ୍ଟରୁ ବିଶ୍ରାମ ନେବାକୁ ଚିନ୍ତା କରୁଛି। ଆପଣମାନେ ପୋଷ୍ଟ କରୁଥା’ନ୍ତୁ।” ପରେ ରାହୁଲ ଏହାର ଉତ୍ତରରେ କହିଥିଲେ, ସୋଶାଲ ମିଡିଆ ନୁହେଁ ଘୃଣା କରିବା ଛାଡ଼ନ୍ତୁ।
ତେବେ ବାବୁଲ ଏହାକୁ ନେଇ କହିଥିଲେ, “ଭାଇ ଆପଣ ଯେତେବେଳେ ବିଦେଶରେ ଛୁଟି କାଟୁଛନ୍ତି ଡାଟା ଶୁଳ୍କ ୪ ଗୁଣା ଲାଗୁଥାଏ। ୧୦ରୁ ୧୫ ଦିନର ପ୍ୟାକ୍ ଉପଲବ୍ଧ ରହିଛି, ଆରଥରକୁ ନେଇନିଅନ୍ତୁ। ଭାରତରେ ଅଳ୍ପ ସମୟର ରହଣିରେ ସାଧାରଣ ଡାଟା ପ୍ୟାକ୍ ବ୍ୟବହାର କରିପାରିବେ।”
from Odisha Reporter https://ift.tt/2TitRqv
No comments:
Post a Comment