କପିଲ ମିଶ୍ରାଙ୍କୁ ୱାଇ ପ୍ଲସ୍‌ ସୁରକ୍ଷା, ଜୀବନକୁ ବିପଦ ଥିବା ନେଇ ଆଣିଥିଲେ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 2, 2020

କପିଲ ମିଶ୍ରାଙ୍କୁ ୱାଇ ପ୍ଲସ୍‌ ସୁରକ୍ଷା, ଜୀବନକୁ ବିପଦ ଥିବା ନେଇ ଆଣିଥିଲେ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ନେତା କପିଲ ମିଶ୍ରାଙ୍କୁ ମିଳିବ ୱାଇ ପ୍ଲସ୍‌ ସୁରକ୍ଷା। ତାଙ୍କ ଜୀବନକୁ ବିପଦ ଥିବାରୁ ଏଭଳି ସୁରକ୍ଷା ଦିଆଯିବ ବୋଲି ସୂଚନା ମିଳିଛି। ଦିଲ୍ଲୀରେ ଉତ୍ତେଜନା ସୃଷ୍ଟିକାରୀ ଏବଂ ହିଂସା ଉଦ୍ରେଗକାରୀ ଭାଷଣ ଦେଉଥିବା ନେଇ ତାଙ୍କ ନାମରେ ପୂର୍ବରୁ ଅଭିଯୋଗ ଆସିଥିଲା। ତେବେ ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା ଏଯାଏ ହୋଇନି।

ଏହି ସୁରକ୍ଷା ବ୍ୟବସ୍ଥା ମିଳିବା ପରେ କପିଲଙ୍କ ଚାରିପଟେ ୨୪ ଘଣ୍ଟିଆ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯିବ। ଦିଲ୍ଲୀ ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ସଶସ୍ତ୍ରବାହିନୀ ସବୁ ସମୟରେ ତାଙ୍କ ସୁରକ୍ଷାରେ ନିୟୋଜିତ ହେବେ। ତାଙ୍କୁ ହତ୍ୟା ଧମକ ମିଳୁଥିବା ନେଇ ଅଭିଯୋଗ ଆସିବା ପରେ ସୁରକ୍ଷା ବଢ଼ାଇ ଦିଆଯାଇଥିବା ଜଣାପଡ଼ିଛି।

ପୂର୍ବରୁ ଦିଲ୍ଲୀ ହିଂସା ଘଟଣାରେ କପିଲ ମିଶ୍ରା ଏବଂ ଅନ୍ୟ ବିଜେପି ନେତାଙ୍କ ନାମରେ ଏଫ୍‌ଆଇଆର ରୁଜୁ କରିବାକୁ ପୂର୍ବରୁ ବିରୋଧୀ ଦାବି କରି ଆସୁଛନ୍ତି। ତେବେ ସୋଶାଲ ମିଡିଆରେ ହତ୍ୟା ଧମକ ଆସୁଥିବା ନେଇ କପିଲ ପୂର୍ବରୁ ଅଭିଯୋଗ ଆଣିଥିଲେ।

ତେବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଏହି ୱାଇ ପ୍ଲସ୍‌ ସୁରକ୍ଷା ନେଇ ନିଷ୍ପତ୍ତି ହୋଇଛି। କିନ୍ତୁ ଦିଲ୍ଲୀ ପୁଲିସ୍‌ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ହିଁ ରିପୋର୍ଟ କରୁଥିବାବେଳେ, ଏନେଇ କିଛି କୁହାଯାଇନଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ପୂର୍ବରୁ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ନାମରେ ମାମଲା ରୁଜୁ ହୋଇଛି। ଦିଲ୍ଲୀ ହାଇକୋର୍ଟ ଏନେଇ କେନ୍ଦ୍ରର ପ୍ରତିକ୍ରିୟା ମଧ୍ୟ ମାଗିସାରିଛନ୍ତି। ତେବେ ଏହାପରେ ଶୁକ୍ରବାଦ କଂଗ୍ରେସ ପ୍ରଶ୍ନ କରିଛି, ବିବାଦୀୟ ଭାଷଣ ଦେଇଥିବା କପିଲ ମିଶ୍ରାଙ୍କ ନାମରେ ଏଯାଏ କାହିଁକି ମାମଲା ହେଉନାହିଁ।



from Odisha Reporter https://ift.tt/2wjyg3f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages