କଟକ (ଓଡ଼ିଶା ରିପୋର୍ଟର): କରୋନା ପାଇଁ ହାଇକୋର୍ଟରେ ମାମଲା ବିଚାର ସମ୍ପର୍କରେ ନିର୍ଦ୍ଦେଶନାମା ଜାରି ହୋଇଛି। ୨୩ ତାରିଖ ପାଇଁ ତାଲିକାଭୁକ୍ତ ମାମଲାର ଶୁଣାଣି ସ୍ଥଗିତ ରଖାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଆଉ କୌଣସି ମାମଲା ତାଲିକାଭୁକ୍ତ ହେବନାହିଁ ବୋଲି କୁହାଯାଇଛି।
ଏହାସହ ଅତି ଗୁରୁତ୍ୱପୂର୍ଣ୍ଣ ମାମଲା ବିଚାର ବିଭାଗୀୟ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଯିବ। ହ୍ୱାଟ୍ସଆପ୍ ଓ ଭିଡିଓ କଲ ଜରିଆରେ ଏ ସମ୍ପର୍କରେ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଯିବ ବୋଲି କୁହାଯାଇଛି।
ଆବଶ୍ୟକ ଅନୁସାରେ ରୋଟେସନ ଭିତ୍ତିରେ ଷ୍ଟାଫ ନିୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଦେଶନାମା ଲାଗୁ କରିବାକୁ ରେଜିଷ୍ଟ୍ରାର ଜେନେରାଲ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter https://ift.tt/39iA0Yx
No comments:
Post a Comment