ରାୟଗଡ଼ା(ମନୋଜ ପାତ୍ର): ଗାଡ଼ି ଯାଞ୍ଚ ବେଳେ ବାଇକ୍ ଧକ୍କାରେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି। ତାଙ୍କ ନାଁ ଦୀପକ ଗୌଡ଼। ସେ ରାୟଗଡ଼ା ଟାଉନ ଥାନାରେ କାର୍ଯ୍ୟରତ ଅଛନ୍ତି।
ଆଜି ରାୟଗଡ଼ା ସହରର ସାଇ ଇଣ୍ଟରନ୍ୟାସନାଲ ଛକରେ ଗାଡ଼ି ଯାଞ୍ଚ ଚାଲିଥିଲା। ଏଥିରେ ଦୀପକ ବି ଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ଆରୋହୀଙ୍କୁ ସେ ଅଟକାଇଥିଲେ। ହେଲେ ବାଇକ୍ ଆରୋହୀ ଜଣକ ନ ଅଟକି ରଙ୍ଗ୍ ରୁଟ୍ରେ ଚାଲିଯାଉଥିଲେ। ଏହି ସମୟରେ ଦୀପକ ତାଙ୍କୁ ପୁଣି ଅଟକାଇବା ବେଳେ ବାଇକ୍ ଆରୋହୀ ତାଙ୍କୁ ଧକ୍କା ଦେଇଥିଲେ। ବାଇକ୍ ଧକ୍କାରେ ଦୀପକଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରରେ ଆଘାତ ଲାଗିଛି। ତାଙ୍କୁ ସଙ୍ଗେ ସଙ୍ଗେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବାଇକ୍ ଆରୋହୀଙ୍କୁ ଟାଉନ ଥାନା ପୁଲିସ୍ ଅଟକ ରଖିଛି।
from Odisha Reporter https://ift.tt/3adDIDY
No comments:
Post a Comment