ଆଲିୟାଙ୍କ ମନପସନ୍ଦର ଫଟୋଗ୍ରାଫର ହେଉଛନ୍ତି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 21, 2020

ଆଲିୟାଙ୍କ ମନପସନ୍ଦର ଫଟୋଗ୍ରାଫର ହେଉଛନ୍ତି…

ମୁମ୍ବାଇ: କରୋନା ଭୂତାଣୁ ମୁକାବିଲା ପାଇଁ ସମସ୍ତ ଜନସମାଗମକୁ ବନ୍ଦ କରିଦିଆଯାଇଛି। ଏହି କ୍ରମରେ ବି-ଟାଉନର ସମସ୍ତ ଶୁଟିଂ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏଣୁ ତାରକାମାନେ ଘରେ ରହି ନିଜ ପରିବାର ଓ ଆତ୍ମୀୟମାନଙ୍କ ସହ ସମୟ ବିତାଉଛନ୍ତି। ଅଭିନେତ୍ରୀ ଆଲିୟା ଭଟ୍ଟ ମଧ୍ୟ ନିଜର ସମୟ ଏବେ ପରିବାର ସହ ବିତାଉଛନ୍ତି ଏବଂ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ନ ହେବାକୁ ଯଥାସମ୍ଭବ ସତର୍କ ରହୁଛନ୍ତି। ତେବେ ସୋଶାଲ ମିଡିଆରେ ନିଜ ଅପଡେଟ୍ସ ଦେବାକୁ କିନ୍ତୁ ଭୁଲୁ ନାହାନ୍ତି ମହେଶ ଭଟ୍ଟଙ୍କ ତନୟା।

ସମୟ ସମୟରେ ଆଲିୟା ସୋଶାଲ ମିଡିଆ ହ୍ୟାଣ୍ଡେଲରେ ନିଜର ଅପଡେଟ୍ସ ଦେଇଥାନ୍ତି। ଶୁକ୍ରବାର ମଧ୍ୟ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ସୂର୍ଯ୍ୟାସ୍ତର ମଜା ନେଉଥିବା ଦେଖିବାକୁ ମିଳିଛି। ଫଟୋଟି ଶେୟାର କରି ଆଲିୟା କ୍ୟାପଶନରେ ଲେଖିଛନ୍ତି, ‘ଘରେ ରୁହନ୍ତୁ ଆଉ ସୂର୍ଯ୍ୟଙ୍କୁ ଅସ୍ତ ହେବାର ଦେଖନ୍ତୁ’। ତେବେ ସବୁଠାରୁ ବଡ଼ କଥା ହେଲା ଫଟୋଟି ରଣବୀର କପୁର ଉଠାଇଛନ୍ତି। ଆଲିୟା ଫଟୋ କ୍ରେଡିଟ୍ ଦେଇ ଲେଖିଛନ୍ତି ‘ମୋର ସବୁଠାରୁ ମନପସନ୍ଦର ଫଟୋଗ୍ରାଫର ଆର୍‌କେଙ୍କୁ ଏହାର କ୍ରେଡିଟ୍।’

ଆଲିୟାଙ୍କ ଏହି ପୋଷ୍ଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଲକ୍ଷ ଲକ୍ଷ ଫ୍ୟାନ୍ ଏହାକୁ ଲାଇକ୍ କରୁଛନ୍ତି। ଏହା ସହ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, ଆଲିୟା ଏବଂ ରଣବୀର ଏହି ସମୟରେ ପରସ୍ପରକୁ ସମୟ ଦେଉଛନ୍ତି। ଦୀର୍ଘଦିନ ହେଲା ଉଭୟଙ୍କ ରିଲେସନଶିପକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଦୁହେଁ ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ନଜରକୁ ଆସିବେ। ଫିଲ୍ମ ଶୁଟିଂ ସମୟରେ ହିଁ ଆଲିୟା-ରଣବୀରଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଫିଲ୍ମଟି ୨୦୨୦ ଡିସେମ୍ବର ୪ ତାରିଖରେ ରିଲିଜ ହେବାର ଯୋଜନା ରହିଛି।



from Odisha Reporter https://ift.tt/2Ur4DoV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages