ନୂଆଦିଲ୍ଲୀ: କରୋନାକୁ ଦୃଷ୍ଟିରେ ରଖି ଆପ୍ସ ଦ୍ୱାରା ପରିଚାଳିତ ପରିବହନ ସେବା ଯୋଗାଉଥିବା ଓଲା ‘ଶେଆର୍ ରାଇଡ୍’ ସେବାକୁ ବାତିଲ୍ କରିଛି। କରୋନା ଭାଇରସ୍ ବ୍ୟାପିବାକୁ ରୋକିବା ପାଇଁ ଅସ୍ଥାୟୀ ଭାବେ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ‘ଶେଆର୍ ରାଇଡ୍’ରେ ଗୋଟିଏ ଟାକ୍ସିରେ ଅନେକ ଅପରିଚିତ ବ୍ୟକ୍ତି ଅଳ୍ପ ଟଙ୍କା ଦେଇ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥାନ୍ତି। ପରବର୍ତ୍ତୀ ନିଷ୍ପତ୍ତି ନିଆଯିବା ପର୍ଯ୍ୟନ୍ତ ଆପ୍ସରେ ଥିବା ‘Ola Share’ ଫିଚର୍କୁ ଅସ୍ଥାୟୀ ଭାବେ ବାତିଲ୍ କରାଯାଇଛି।
କରୋନା ଭାଇରସ୍କୁ ରୋକିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଓଲା ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ମାଇକ୍ରୋ, ମିନି, ପ୍ରାଇମ୍, ରେଣ୍ଟାଲ୍ ଓ ଆଉଟ୍ଷ୍ଟେସନ୍ ରାଇଡ୍ ସେବା ଗୁଡ଼ିକ ଜାରି ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୨ ଅର୍ଥାତ୍ ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସେହିପରି ଆସନ୍ତାକାଲି କୌଣସି ପାସେଞ୍ଜର ଟ୍ରେନ୍ ମଧ୍ୟ ଗଡ଼ିବନି। ଶନିବାର-ରବିବାର ମଧ୍ୟ ରାତ୍ରୀରୁ ପାସେଞ୍ଜର ଟ୍ରେନ ଗଡ଼ିବ ନାହିଁ।
from Odisha Reporter https://ift.tt/3aaqCHB
No comments:
Post a Comment