ସମୟର ଖେଳ: ମଣିଷ ନୁହେଁ ରାସ୍ତାରେ ବୁଲିଲେ ହରିଣ, ଭିଡିଓ ଦେଖନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 28, 2020

ସମୟର ଖେଳ: ମଣିଷ ନୁହେଁ ରାସ୍ତାରେ ବୁଲିଲେ ହରିଣ, ଭିଡିଓ ଦେଖନ୍ତୁ…

ନୂଆଦିଲ୍ଲୀ: କାହିଁ କେତେ ବର୍ଷ ପରେ ପ୍ରକୃତି ଟିକିଏ ଶାନ୍ତିରେ ନିଃଶ୍ୱାସ ନେବାର ସୁଯୋଗ ପାଇଛି। ଆକାଶ ନିର୍ମଳ ଦିଶୁଛି। ବିଶୁଦ୍ଧ ବାୟୁ ଚଳାଚଳ କରୁଛି। ନା ଅଛି ଧ୍ୱନୀ ପ୍ରଦୂଷଣ, ନା ଅଛି କୋଳାହଳ। ପ୍ରକୃତି ସମ୍ପୂର୍ଣ୍ଣ ନ ହେଲେ ମଧ୍ୟ ଅନେକ ମାତ୍ରାରେ ଫୁରସତ ପାଇଛି। ଆଉ ଏ ମଣିଷଙ୍କ ଦାଉରୁ ଜୀବଜନ୍ତୁ ଜଗତ ଟିକିଏ ମୁକ୍ତି ମଧ୍ୟ ପାଇଛନ୍ତି। ଯେଉଁ ସ୍ୱାର୍ଥପର ମଣିଷଙ୍କ ଡରରେ ସେମାନେ ଲୁଚିବାକୁ ମଧ୍ୟ ସାମାନ୍ୟ ସ୍ଥାନ ପାଉ ନ ଥିଲେ, ଆଜି ଖୋଲା, ଫାଙ୍କା ରାସ୍ତାରେ ସେମାନେ ଦୀର୍ଘ ନିଃଶ୍ୱାସ ନେଉଛନ୍ତି। ଖୁସିରେ ବିତରଣ କରୁଛନ୍ତି। ଆଉ ଅନୁଭବ କରିଛନ୍ତି ଏ ପୃଥିବୀ ପୃଷ୍ଠରେ ସେମାନଙ୍କର ମଧ୍ୟ ସ୍ଥାନ ରହିଛି। ସେମାନଙ୍କର ମଧ୍ୟ ଅଧିକାର ରହିଛି ବଞ୍ଚିବାର।

ନୋଭେଲ୍ କରୋନା ଭୂତାଣୁ ମୁକାବିଲା ଲାଗି ସାରା ଭାରତକୁ  ୨୧ ଦିନ ପାଇଁ ଲକ୍‌ଡାଉନ୍ କରାଯାଇଛି। ଆଉ ଏହି ଲକ୍‌ଡାଉନ୍ ଯୋଗୁ ପ୍ରକୃତି ସୁଯୋଗ ପାଇଛି ନିଜକୁ ନବଜୀବନ୍ତ କରିବାକୁ, ଯାହାର ଏକ ଝଲକ୍ ସୋସିଆଲ ମିଡିଆରେ ବେଶ ଧ୍ୟାନ ଆକର୍ଷଣ କରୁଛି। ମଣିଷର ଏହି କଂକ୍ରିଟ ସହରର ରାସ୍ତାରେ ବୁଲୁଛନ୍ତି ହରିଣ। ଲକ୍‌ଡାଉନ୍ ପରିସ୍ଥିତି ବିନା ଏହି ଦୃଶ୍ୟ କଳ୍ପନା ବି କରାଯାଇ ନ ପାରେ। କାରଣ କଂକ୍ରିଟ୍ ସହର ଗଢ଼ୁ ଗଢ଼ୁ ମଣିଷ ଭୁଲିଯାଇଥିଲା ଏହି ପୃଥିବୀ କେବଳ ତାର ନୁହେଁ, ଜୀବଜନ୍ତୁ, ଉଦ୍ଭିଦ ଜଗତର ମଧ୍ୟ। ସମସ୍ତଙ୍କୁ ନେଇ ପ୍ରକୃତି ସବୁଜ ସୁନ୍ଦର। କିନ୍ତୁ ମଣିଷର ଏକ ଚାଟିଆପଣର ପରିଣାମ ହେଉଛି ଆଜିର ଏହି ଲକ୍‌ଡାଉନ୍ ପରିସ୍ଥିତି। ଏପଟେ କିନ୍ତୁ ଖୁସି ମନାଉଛନ୍ତି ଏହି ହରିଣମାନେ। ଆଉ ଭାବୁଛନ୍ତି, “ସତରେ…, ଏ ମଣିଷ ଗୁଡ଼ା ଘରେ ବନ୍ଦ ନ ଥିଲେ ଆମକୁ କ’ଣ ଏହି ସ୍ୱାଧିନତା ମିଳିଥାନ୍ତା!”

ଶୁକ୍ରବାର ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏହି ସାତ ସେକଣ୍ଡର ଦୃଶ୍ୟ ଡେହରାଡୁନର। ଫାଙ୍କା ରାସ୍ତାକୁ ସ୍ୱାଧିନ ହୋଇ ଖୋଲା ପବନ ଖାଇବାକୁ ବାହାରି ଆସିଛନ୍ତି ଏହି ହରିଣମାନେ। ଭିଡିଓଟିକୁ ପ୍ରଥମେ ସକେତ୍ ନାମ୍ନୀ ଜଣେ ଟ୍ୱିଟର ୟୁଜର ଟ୍ୱିଟ୍ କରିଥିଲେ। ପରେ ଏହାକୁ ଭାରତୀୟ ବନବିଭାଗର ସୁଶାନ୍ତ ନନ୍ଦ ରିଟ୍ୱିଟ୍ କରିଥିଲେ। ଧିରେ ଧିରେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା। ଲୋକେ ମଣିଷର ପ୍ରକୃତି ଉପରେ କ୍ରୁରତା ନେଇ ଅନେକ ପ୍ରତିକ୍ରିୟା ଦେଇଛନ୍ତି।



from Odisha Reporter https://ift.tt/2QRximp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages