ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ମୋଦୀ ସରକାର୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏବେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର ମନ୍ତ୍ରଣାଳୟ ଆଇଟି ମନ୍ତ୍ରଣାଳୟ ସହିତ ମିଶି ଏକ ଆପ୍ସର ଶୁଭାରମ୍ଭ କରିଛି। ଯାହାକି କରୋନା ଆକ୍ରାନ୍ତଙ୍କୁ ଟ୍ରାକ କରିବ।
ଏହି ଆପ୍ସର ନାମ କରୋନା କବଚ (corona kavach) ରହିଛି। ଲୋକଙ୍କ ସୁରକ୍ଷା ପାଇଁ ଏହି ଆପ୍ସର ଶୁଭାରମ୍ଭ କରିଛନ୍ତି ସରକାର। ଏହାଦ୍ୱାରା ଜଡଣେ କରୋନା ଭାଇରସର ପୂର୍ବ ସୂଚନା ପାଇବା ସହିତ ଏହାର ପ୍ରକୋପ ବାବଦରେ ଜାଣିପାରିବ। ଏହି ଆପ୍ କରୋନା ତଥ୍ୟ ସମୀକ୍ଷା କରିବା ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ବାବଦରେ ମଧ୍ୟ ସୂଚନା ଦେବ।
ଆଣ୍ଡ୍ରୋଏଡ ମୋବାଇଲ୍ ଫୋନ୍ ୟୁଜର୍ସ ପ୍ଲେ ଷ୍ଟୋରକୁ ଯାଇ ଏହି ଆପ୍ସକୁ ଡାଉନଲୋଡ କରି ଇନଷ୍ଟଲ କରିପାରିବେ। ସୂଚନାଯୋଗ୍ୟ ଏହି ଆପ୍ସ ଏବେ ବେଟା ବା ପ୍ରାଥମିତ ଷ୍ଟେଜରେ ରହିଛି। ଏହାର ସମସ୍ତ ଫିଚର ଏବେ ପରୀକ୍ଷା କରାଯାଉଛି।
from Odisha Reporter https://ift.tt/2Umg1DM
No comments:
Post a Comment