ବାସ୍ତୁଦୋଷ ସୃଷ୍ଟି କରେ ଝାଡୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 10, 2020

ବାସ୍ତୁଦୋଷ ସୃଷ୍ଟି କରେ ଝାଡୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରକୁ ସ୍ୱଚ୍ଛ ରଖିବା ପାଇଁ ଝାଡୁ ସାହାଯ୍ୟ କରିଥାଏ। ଠିକ୍ ସେହିପରି ଏହା ବାସ୍ତୁ ଦୋଷ ମଧ୍ୟ ଦୂର କରିଥାଏ। ତେବେ ଏହାକୁ ସଠିକ୍ ଭାବେ ବ୍ୟବହାର ନ କଲେ ବା ସଠିକ୍ ସ୍ଥାନରେ ନ ରଖିଲେ ଘରେ ବାସ୍ତୁ ଜନିତ ସମସ୍ୟା ଦେଖାଯାଏ। ଆସନ୍ତୁ ସେ ସମ୍ପର୍କରେ ଜାଣିବା।

୧. ଝାଡୁର ବ୍ୟବହାର ଠିକ୍‌ ଭାବରେ ନକଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏଥିପାଇଁ ସନ୍ଧ୍ୟାରେ ଘର ଝାଡୁ କରିବା ପାଇଁ ମନା କରାଯାଇଥାଏ। ଏହି ସମୟରେ ଝାଡୁ କଲେ ମା’ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ଘରୁ ଚାଲିଯାଇଥାଏ। ଏପରିକି ଯେତେ ଅର୍ଥ ଉପାର୍ଜନ କଲେ ମଧ୍ୟ ଅଭାବ ହୋଇଥାଏ।

୨. ଝାଡୁକୁ କେବେ ହେଲେ ଘରର ମୁଖ୍ୟଦ୍ୱାର ପାଖରେ ରଖନ୍ତୁ ନାହିଁ। ଏହାଦ୍ୱାରା ଘରୁ ସୁଖଶାନ୍ତି ହ୍ରାସ ହୋଇଥାଏ ଓ କଳହ ବୃଦ୍ଧି ହୋଇଥାଏ।

୩. ଝାଡୁରେ କେବେ ହେଲେ କୌଣସି ପଶୁପକ୍ଷୀଙ୍କୁ ମାରନ୍ତୁ ନାହିଁ। ସେହିପରି ଝାଡୁରେ ପାଦ ରଖନ୍ତୁ ନାହିଁ।

୪. ଘରର କୌଣସି ସଦସ୍ୟ ବାହାରକୁ ଯିବା ସମୟରେ ଝାଡୁ କରନ୍ତୁ ନାହିଁ। ଏହାଦ୍ୱାରା ତାଙ୍କ କାମରେ ବାଧା ସୃଷ୍ଟି ହୋଇଥାଏ।

୫. ରୋଷେଇ ଘରେ ଝାଡୁ ରଖନ୍ତୁ ନାହିଁ। ଏପରି କଲେ ଘରର କେହି ନା କେହି ସଦସ୍ୟ ଅସୁବିଧାରେ ପଡ଼ିଥା’ନ୍ତି।

 



from Odisha Reporter https://ift.tt/2xldRey

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages