ଚାହା ପତି ବଦଳରେ ପକାଇ ଦେଲେ କୀଟନାଶକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 10, 2020

ଚାହା ପତି ବଦଳରେ ପକାଇ ଦେଲେ କୀଟନାଶକ

ଜଳେଶ୍ୱର(ଅଜିତ ଦାସ): ଚାହା ପ୍ରସ୍ତୁତ ବେଳେ ଅଜାଣତରେ ସେଥିରେ ଚାହା ପତି ବଦଳରେ ପଡ଼ିଗଲା କୀଟନାଶକ।  ଏହି ବିଷାକ୍ତ ଚାହା ପିଇ ୧୫ ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ରଣସିଂହ ଗାଁରେ ଏଭଳି ଅଘଟଣ ଘଟିଛି। ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ରଣସିଂହପୁର ଗାଁରେ ଏକ ବାହାଘର ଭୋଜିଥିଲା। ଏହି ଭୋଜିରେ କେତେକ ଗ୍ରାମବାସୀ ପହଞ୍ଚି କାମ କରୁଥିଲେ। ସେମାନଙ୍କ ନିମନ୍ତେ ଚାହା ପ୍ରସ୍ତୁତ କରୁଥିବା ଲୋକ ଅଜାଣତରେ ସେଥିରେ କୀଟନାଶକ ପକାଇ ଦେଇଥିବା ଜଣାଯାଇଛି। ଏହାକୁ ପିଇବା ପରେ ୧୫ରୁ ଊର୍ଦ୍ଧ୍ୱ  ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଶ୍ରଦ୍ଧାପୁର ଗୋଷ୍ଠୀ ସ୍ୱାସ୍ଥ୍ୟରେ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପରେ ୧୧ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ଜିଲ୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।



from Odisha Reporter https://ift.tt/39GDqVT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages