କଠୋର ହେଲେ କେସିଆର, ନିୟମ ଖିଲାପକାରୀଙ୍କୁ ଗୁଳି ମାରିବାକୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 24, 2020

କଠୋର ହେଲେ କେସିଆର, ନିୟମ ଖିଲାପକାରୀଙ୍କୁ ଗୁଳି ମାରିବାକୁ ନିର୍ଦ୍ଦେଶ

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଲକ୍‌ଡାଉନ୍ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଠୋର ହୋଇଛନ୍ତି। ଲକ୍‌ଡାଉନ୍ ବେଳେ ଯେଉଁମାନେ ଆଇନ ନମାନିବେ ସେମାନଙ୍କୁ ଗୁଳି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ପୁଲିସ୍‌କୁ ଅନେକ ଲୋକ ସହଯୋଗ କରୁ ନାହାନ୍ତି। ତେଣୁ ଆବଶ୍ୟକ ପଡ଼ିଲେ କେନ୍ଦ୍ରରୁ ସେନା ମଗାଯିବ ବୋଲି ସେ କହିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ କୌଣସି କଟକଣା ନାହିଁ। କିନ୍ତୁ ଖବର ସଂଗ୍ରହ ହେଳେ କିଛି ପୁଲିସ୍ ସାମ୍ୱାଦିକଙ୍କ ସହ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଏଭଳି ଖବରକୁ କେସିଆର ଗୁରୁତ୍ୱର ସହ ନେଇଛନ୍ତି। ପୁଲିସ୍‌ର ଖରାପ ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଏହା ସହିତ ସମସ୍ତେ ଆଇନକୁ ମାନିବା ଉଚିତ ଓ ସଚେତନ ରହିବା ଆବଶ୍ୟକ ବୋଲି କେସିଆର କହିଛନ୍ତି।

ତେଲେଙ୍ଗାନାରେ ମଙ୍ଗଳବାର ତିନି ଜଣ କୋଭିଡ-୧୯ ବା ମହାମାରୀ କରୋନା ଭାଇରସର ଶିକାର ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି।

ଗତକାଲି ମଧ୍ୟରାତ୍ରୀରୁ ୨୧ ଦିନ ଯାଏ ସାରେ ଦେଶରେ ଲକ୍‌ଡାଉନ୍ ପାଳନ ହେଉଛି। ଏହି ନିୟମ ଅନୁଯାୟୀ କେହି ଘରୁ ବାହାରି ପାରିବେ ନାହିଁ। ଲକ୍‌ଡାଉନ୍‌ ଘୋଷଣା ହୋଇଛି, ହେଲେ ନିୟମ କର୍ଫ୍ୟୁ ଭଳି ପାଳନ କରାଯିବ। କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ୧୫ ହଜାର କୋଟି ଟଙ୍କାର ହେଲ୍‌ଥ ପ୍ୟାକେଜ ଘୋଷଣା କରିଛନ୍ତି।

ଲକ୍‌ଡାଉନ୍ ବେଳେ ଜରୁରୀ ସାମଗ୍ରୀ ଓ ମେଡିସିନ୍ ଇତ୍ୟାଦି ଉପଲବ୍ଧ ରହିବ। ଲୋକଙ୍କୁ ସମସ୍ତ ପ୍ରକାରର ଜରୁରୀ ସାମଗ୍ରୀ ଯୋଗାଇ ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରିବେ। ଲକ୍‌ଡାଉନ୍ ଯୋଗୁ ଆସନ୍ତା ଏପ୍ରିଲ ୧୪ ଯାଏ କୌଣସି ପ୍ରକାରର ଟ୍ରେନ୍‌ ଚଳାଚଳ କରିବ ନାହିଁ। ପୂର୍ବରୁ ମାର୍ଚ୍ଚ ୩୧ ଯାଏ ଭାରତୀୟ ରେଳବାଇ ଟ୍ରେନ୍ ଚଳାଚଳ ବନ୍ଦ କରିଥିଲା। ତେବେ ଏହି ସମୟରେ ମାଲବାହୀ ଟ୍ରେନ ଚଳାଚଳ କରିବ।



from Odisha Reporter https://ift.tt/3ag6CmM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages