ତାମିଲନାଡୁରେ ପ୍ରଥମ ଜୀବନ ନେଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 24, 2020

ତାମିଲନାଡୁରେ ପ୍ରଥମ ଜୀବନ ନେଲା କରୋନା

ଚେନ୍ନାଇ: କିଲର କରୋନା ଭାଇରସରେ ତାମିଲନାଡୁରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ମଦୁରାଇର ବାସିନ୍ଦା। କରୋନାରେ ଆକ୍ରାନ୍ତ ହେବା ପରେ ମଦୁରାଇରେ ଥିବା ରାଜାଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ବିଳମ୍ୱିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ତାମିଲନାଡୁର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଚର ସି ବିଜୟବସ୍କର ସୂଚନା ଦେଇଛନ୍ତି। ଆଉ ଏହା ସହିତ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି।

ମୃତକ ଜଣଙ୍କ ଉଚ୍ଚ ରକ୍ତଚାପ ଓ ହୃଦରୋଗରେ ଆକ୍ରାନ୍ତ ଥିଲେ। ସେ ବିଦେଶ ଗସ୍ତ କରି ନଥିଲେ। ତେଣୁ ସେ କାହା ସଂସ୍ପର୍ଶରେ ଆସିବା ପରେ କରୋନାରେ ଆକ୍ରାନ୍ତ ହେଲେ ସେ ନେଇ ଅନୁଧ୍ୟାନ କରାଯାଉଛି ବୋଲି ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ମଙ୍ଗଳବାର ଦିଲ୍ଲୀରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଦିଲ୍ଲୀରେ ଏଯାବତ ଦୁଇ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୫ ଅତିକ୍ରମ କରିଛି। ୩୫ ଜଣ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। କରୋନା ବ୍ୟାପୁଥିବା ଦେଖି କେନ୍ଦ୍ର ସରକାର ବୁଧବାର ମଧ୍ୟରାତ୍ରୀରୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି।



from Odisha Reporter https://ift.tt/2xllMso

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages