ରାଜ୍ୟରେ ଆଉ ୨ କରୋନା ସନ୍ଦିଗ୍ଧ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 4, 2020

ରାଜ୍ୟରେ ଆଉ ୨ କରୋନା ସନ୍ଦିଗ୍ଧ ଚିହ୍ନଟ

ସମ୍ବଲପୁର/କେନ୍ଦୁଝର (ଓଡ଼ିଶା ରିପୋର୍ଟର): ଗତକାଲି ପାରାଦୀପରୁ ୨ କରୋନା ସନ୍ଦିଗ୍ଧଙ୍କୁ ଆଣି କଟକ ଏସସିବିରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଆଉ ୨ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସୋନପୁର ଜିଲ୍ଲାର ହୋଇଥିବା ବେଳେ ଆଉ ଜଣେ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ବୁର୍ଲାସ୍ଥିତ ଭିମସାରରେ ଭର୍ତ୍ତି ହୋଇଥିବା ବେଳେ ଆଉ ଜଣେ କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସୋନପୁର ଜିଲ୍ଲାର ଯୁବକଜଣକ  ଗତ ୨୭ରେ ଦୁବାଇରୁ ଫେରିଥିଲେ।  ଥଣ୍ଡା, ଜ୍ୱର ନ ଛାଡ଼ିବାରୁ ଭୀମସାରର ସ୍ୱତନ୍ତ୍ର କରୋନା ୱାର୍ଡରେ ତାଙ୍କ ଚିକିତ୍ସା କରାଯାଉଛି। ସନ୍ଦିଗ୍ଧଙ୍କଠାରୁ ସ୍ୱାବ ନମୁନା ସଂଗ୍ରହ କରି ଭୁବନେଶ୍ୱର ପଠାଇଥିବା କହିଛନ୍ତି କର୍ତ୍ତୃପକ୍ଷ।

ସେହିପରି କେନ୍ଦୁଝର ଜିଲ୍ଲାରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ  କିଛି ଦିନ ପୂର୍ବରୁ ଆଣ୍ଡାମାନା ନିକୋବରରୁ ଫେରିଥିଲେ। ହେଲେ ସେବେଠୁ ଥଣ୍ଡା କାଶ ନ ଛାଡ଼ିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।



from Odisha Reporter https://ift.tt/2VKCLhU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages